ଆଳୁପରଟା ଓ ଗୁପଚୁପ୍ ଖାଇବା ପଡିଲା ମହଙ୍ଗା ! ସନ୍ନ୍ୟାସୀଙ୍କ ସହ ମୁନିସଂଘ କଲେ ଏଭଳି ଆଚରଣ ।

95
ଜୈନ ଧର୍ମ ଭାରତର ଏକ ପ୍ରାଚୀନ ଧର୍ମ ମଧ୍ୟରେ ଅନ୍ୟତମ । ଏହି ଧର୍ମର ଦୁଇଟି ମୁଖ୍ୟ ଶାଖା ରହିଛି। ଯଥା-ଶ୍ୱେତାମ୍ବର ଏବଂ ଦିଗମ୍ବର । ଦିଗମ୍ବର ଶବ୍ଦର ଅର୍ଥ ଆକାଶ ସହ ଆଚ୍ଛାଦିତ । ଅର୍ଥାତ୍ ଯେ ଆକାଶକୁ ହିଁ ବସ୍ତ୍ର ସ୍ୱରୁପ ପରିଧାନ କରିଥାଏ । ସ୍ପଷ୍ଟ ଶବ୍ଦରେ କହିବାକୁ ଗଲେ ଦିଗମ୍ବର ସନ୍ନ୍ୟାସୀ ନିବସ୍ତ୍ର ରହିଥାନ୍ତି । ଏହି କ୍ଷେତ୍ରରେ ଯଦି କୌଣସି ଦିଗମ୍ବର ସନ୍ନ୍ୟାସୀକୁ ପୋଷାକ ପିନ୍ଧିବାକୁ ଦିଆଯାଏ ତ ଏହାଠାରୁ ବଡ ଦୁର୍ଭାଗ୍ୟର କଥା ସନ୍ନ୍ୟାସୀ ପାଇଁ କିଛି ହେଇ ନ ପାରେ । ଏଭଳି କିଛି ଘଟଣା ଘଟିଛି ଜୈନମୁନି ପ୍ରତୀକ ସାଗର ମହାରାଜଙ୍କ ସହ ।
ଘଟଣାଟି କିଛି ଏଭଳି ଜୈନମୁନି ପ୍ରତୀକ ସାଗର ମହାରାଜ କଲିକତା ଗସ୍ତ ସମୟରେ ଆଳୁ ପରଟା ଏବଂ ଗୁପଚୁପ୍ ଖାଇବାବେଳେ ତାଙ୍କୁ ଜୈନ ଧର୍ମାବଲମ୍ବୀମାନେ ଦେଖିଦେଲେ ଏବଂ ତାଙ୍କୁ ଜୋରଜବରଦସ୍ତ ପୋଷାକ ପିନ୍ଧାଇ ଛାଡିଦେଲେ । ସନ୍ନ୍ୟାସୀମାନେ ନିଜ ଇଚ୍ଛା ଅନୁସାରେ ଏଭଳି କରିଥାନ୍ତି ତାଙ୍କୁ କୌଣସି ବାଧ୍ୟବାଧକତା ନଥାଏ । କିନ୍ତୁ ସନ୍ନ୍ୟାସ ନେବା ପରେ ସେମାନେ କେବଳ ଦିନକୁ ଓଳିଏ ଲେଖା ବିନା ପିଆଜ,ରସୁଣ ଏବଂ କନ୍ଦମୁଳର ଭୋଜନ ଏବଂ ପାଣି ପିଇ ରହିଥାନ୍ତି । ଯେତେବେଳେ କୌଣସି ଲୋକ ଦିଗମ୍ବର ସନ୍ନ୍ୟାସୀ ହେବାକୁ ଇଚ୍ଛା ପ୍ରକଟ କରନ୍ତି ତାଙ୍କୁ ତତକ୍ଷଣାତ୍ ସନ୍ନ୍ୟାସୀ ସ୍ଥାନରେ ଅଭିଷିକ୍ତ କରାଯାଏ ନାହିଁ । ପ୍ରଥମେ ତାଙ୍କୁ ମୁମୁକ୍ଷୁ ହେବାକୁ ପଡେ ଯେ ଚାହିଁଲେ ସାସାଂରିକ ଜଞ୍ଜାଳକୁ ପୁନର୍ବାର ଫେରି ପାରିବେ ଏବଂ ସନ୍ନ୍ୟାସୀ ଯେ ଥରେ ସନ୍ନ୍ୟାସ ନେଲେ ଆଜୀବନ ସଂସାରର ମୋହ ମାୟାକୁ ତ୍ୟାଗ କରିବେ । କିନ୍ତୁ ପ୍ରତୀକ ସାଗର ମହାରାଜ ମୁମୁକ୍ଷୁ ନଥିଲେ ସେ ଥିଲେ ଜଣେ ସନ୍ନ୍ୟାସୀ । ପୁର୍ବରୁ ମଧ୍ୟ ସେ ଏଭଳି କାର୍ଯ୍ୟକଳାପ କରିଥିଲେ କିନ୍ତୁ ତାଙ୍କୁ କ୍ଷମା କରାଯାଇଥିଲା ।