ଜଗମୋହନ ମରାମତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ନବୀନ

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନର ଶୀଘ୍ର ମରାମତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗମୋହନ ମରାମତି ପ୍ରସଙ୍ଗକୁ ଗମ୍ଭୀର ଭାବେ ନେବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଜଗମୋହନର ଶୀଘ୍ର ମରାମତି ପାଇଁ ଏଏସଆଇକୁ ନିର୍ଦେଶ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଅତିଶୀଘ୍ର ଜଗମୋହନ ମରାମତି କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ । ଜଗମୋହନ ସ୍ଥିତି ସଂଘାତିକ ଥିବା ଦର୍ଶାଇଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ପ୍ରଥମେ ଚିଠି ପରେ ଏବେ ମୋଦିଙ୍କ ସହ କଥାହୋଇଛନ୍ତି ନବୀନ ।