ଟ୍ରାଏଲ ରୁମରେ କପଡା ବଦଳାଛନ୍ତି କି ! ଏହି ୫ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

686

ଟ୍ରାଏଲ ରୁମରେ କପଡା ବଦଳାଇବା ସମୟରେ ସାବଧାନ ରହିବା ଜରୁରୀ । ଆଇନା ଠାରୁ ଆରମ୍ଭ କରି କବାଟ ପର୍ଯ୍ୟନ୍ତ କେଉଁଠି ବି ରହିପାରେ ହିଡେନ କ୍ୟାମେରା । ଏମିତିରେ ଆମେ ଆପଣଙ୍କୁ ୫ ଟି ଉପାୟ ବତାଇବୁ, ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣ ସୁରକ୍ଷିତ ଅଛନ୍ତି ନା ନାହିଁ ।

୧.ଟ୍ରାଏଲ ରୁମରେ ଜରୁରୀ ରୂପେ ଏକ ଆଇନା ଲାଗିଥାଏ । କପଡା ବଦଳାଇବା ପୂର୍ବରୁ ଆଇନାରେ ଅଙ୍ଗୁଳି ରଖି ପରୀକ୍ଷା କରନ୍ତୁ । ଯଦି ଅଙ୍ଗୁଳି ଓ ଆଇନା ମଧ୍ୟରେ ଫାଙ୍କ ଦେଖାଯାଏ, ତେବେ ଜାଣିବେ ଆଇନା ଠିକ ଅଛି । କିନ୍ତୁ ଯଦି ଫାଙ୍କ ଦେଖା ନଯାଏ ତେବେ ଜାଣିବେ ଅନ୍ୟପଟୁ ଆପଣଙ୍କୁ କେହି ଜଣେ ଦେଖୁଛି ।

୨. ଯଦି ହିଡେନ କ୍ୟାମେରା ଅଛି କି ନାହିଁ ବୋଲି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବ ରୁମର ଲାଇଟ ବନ୍ଦ କରି ନିଜ ମୋବାଇଲର ଫ୍ଲାସ ଲାଇଟ ଜଳାନ୍ତୁ ଓ ଆଇନାର ଆର ପଟକୁୁ ଦେଖିବାକୁ ଚେଷ୍ଟା କରନ୍ତୁ । ଯଦି ଆରପଟେ କେହି ଆପଣଙ୍କୁ ଦେଖୁଥିବେ ତେବେ ଏହି ଉପାୟରେ ଆପଣ ଜାଣିପାରିବେ ।

୩.ଆଜିକାଲି ସବୁ ସ୍ମାର୍ଟଫୋନରେ ହିଡେନ କ୍ୟାମେରା ଫାଉଣ୍ଡର ଆପ ଥାଏ । ଏହି ଆପକୁ ଡାଉନଲୋଡ କରି ଯେଉଁଠି କ୍ୟାମେରା ଲାଗିଥିବା ସନ୍ଦେହ ଲାଗୁଛି ସେଇଠି ବୁଲାନ୍ତୁ, ଯଦି ଆପରେ ନାଲି ରଙ୍ଗର ଚିହ୍ନ ଦେଖାଯାଏ ତେବେ ଅଆପଣ ଜାଣି ପାରିବେ ସେଠରେ ହିଡେନ କ୍ୟମେରା ଲଗାଯାଇଛି ।

୪.ଆଇନାର ବିଲକୁଲ ପାଖକୁୁ ଯାଆନ୍ତୁ ଓ ଯଦି ଆପଣଙ୍କ ଚେହେରା କିଛି ଅଲଗା ଲାଗେ ତେବେ ଜାଣିବେ ଆପଣଙ୍କୁ ଅଅନ୍ୟପଟୁ କେହି ଦେଖୁଛି ।

୫.ଯେବେ କେବେ ବି ଆପଣଙ୍କୁ କୌଣସି ସ୍ଥାନରେ କ୍ୟାମେରା ଲାଗିବାର ସନ୍ଦେହ ହୁଏ, ତେବେ ରୁମର କବାଟ ବନ୍ଦ କରି ପରୀକ୍ଷା କରନ୍ତୁ । ରୁମରେ ଯଦି କେଣସି ଲାଲ ଓ ସବୁଜ ରଙ୍ଗର ଆଲୋକ ଜଳୁଥାଏ ତେବେ ଜାଣିପାରିବେ ରୁମରେ ହିଡେନ କ୍ୟାମେରା ଲାଗିଛି ।