ଆରମ୍ଭ ହେଲା କାଉଣ୍ଟଡାଉନ୍ ! ଆଇପିଏଲ ୨୦୧୯ ପାଇଁ ଜାରି ହେଲା Schedule, ଜାଣନ୍ତୁ କିଏ କେବେ କାହା ସହ ଦେବ ଟକ୍କର ।

1,224

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ ପାଇଁ ବାଜି ସାରିଛି ବିଗୁଲ୍ । ଆରମ୍ଭ ହୋଇଯାଇଛି ଆଇପିଏଲ ୨୦୧୯ ପାଇଁ କାଉଣ୍ଟଡାଉନ୍ । ଆସନ୍ତା ମାର୍ଚ୍ଚ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଉ ଆଇପିଏଲ ୨୦୧୯ ପାଇଁ ପ୍ରଥମ ଦୁଇଟି ସପ୍ତାହ ନିମନ୍ତେ ଖେଳସୂଚୀ ଜାରି କରାଯାଇଛି । ଉଦଘାଟନୀ ଲଢେଇ ଚେନ୍ନାଇଠାରେ ଖେଳାଯିବ । ଯେଉଁଥିରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ମାର୍ଚ୍ଚ ୨୩ ତାରିଖ ଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଆଇପିଏଲ ୨୦୧୯ର ଖେଳସୂଚୀ ଆଜି ଜାରି କରାଯାଇଛି । ତେବେ କିଏ ଜିତିବ ଆଇପିଏଲର ଦ୍ୱାଦଶ ସଂସ୍କରଣର ଟ୍ରଫି ଆଉ ରଚିବ ନୂଆ ଇତିହାସ, ଏବେ ତାହା ଉପରେ ହିଁ ରହିଛି ସମସ୍ତଙ୍କ ନଜର ।

ମାର୍ଚ୍ଚ ୨୩ – ଚେନ୍ନାଇ ବନାମ ବାଙ୍ଗାଲୋର

ମାର୍ଚ୍ଚ ୨୪ – କୋଲକାତା ବନାମ ହାଇଦ୍ରାବାଦ

ମାର୍ଚ୍ଚ ୨୪ – ମୁମ୍ବାଇ ବନାମ ଦିଲ୍ଲୀ

ମାର୍ଚ୍ଚ ୨୫ – ରାଜସ୍ଥାନ ବନାମ ପଞ୍ଜାବ

ମାର୍ଚ୍ଚ ୨୬ – ଦିଲ୍ଲୀ ବନାମ ଚେନ୍ନାଇ

ମାର୍ଚ୍ଚ ୨୭ – କୋଲକାତା ବନାମ ପଞ୍ଜାବ

ମାର୍ଚ୍ଚ ୨୮ – ବାଙ୍ଗାଲୋର ବନାମ ମୁମ୍ବାଇ

ମାର୍ଚ୍ଚ ୨୯ – ହାଇଦ୍ରାବାଦ ବନାମ ରାଜସ୍ଥାନ

ମାର୍ଚ୍ଚ ୩୦ – ମୁମ୍ବାଇ ବନାମ ପଞ୍ଜାବ

ମାର୍ଚ୍ଚ ୩୦ – ଦିଲ୍ଲୀ ବନାମ କୋଲକାତା

ମାର୍ଚ୍ଚ ୩୧ – ହାଇଦ୍ରାବାଦ ବନାମ ବାଙ୍ଗାଲୋର

ମାର୍ଚ୍ଚ ୩୧ – ଚେନ୍ନାଇ ବନାମ ରାଜସ୍ଥାନ

ଏପିଲ୍ ୧ – ପଞ୍ଜାବ ବନାମ ଦିଲ୍ଲୀ

ଏପ୍ରିଲ ୨ – ରାଜସ୍ଥାନ ବନାମ ବାଙ୍ଗାଲୋର

ଏପ୍ରିଲ ୩ – ମୁମ୍ବାଇ ବନାମ ଚେନ୍ନାଇ

ଏପ୍ରିଲ ୪ – ଦିଲ୍ଲୀ ବନାମ ହାଇଦ୍ରାବାଦ

ଏପ୍ରିଲ ୫ – ବାଙ୍ଗାଲୋର ବନାମ କୋଲକାତା