ଧନୀଙ୍କ ଉପରେ ବଢିଲା ଟିକସ ବୋଝ : ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଅଧିକ ହେଲେ କ’ଣ ହେବ ? କେମିତି ଆଦାୟ ହେବ ଟିକସ ?

ଏପଟେ ସୁନାରେ ଟ୍ରେଡିଂକୁ ନିୟନ୍ତ୍ରଣ କରିବ ସେବି

211

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟରେ ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କେବଳ ୭୫ ବର୍ଷରୁ ଅଧିକ ପେନସନଭୋଗୀଙ୍କୁ ଆୟକର ଦାଖଲରୁ ମୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଧିକ ଧନିଙ୍କଠୁ ଅତିରିକ୍ତ ଟିକସ ଆଦାୟ କରିବାକୁ ବେଜଟରେ ଘୋଷଣା କରାଯାଇଛି । ଏଣିକି ପିଏଫ ଯୋଗଦାନ ବର୍ଷକୁ ଅଢେଇ ଲକ୍ଷରୁ ଟପିଲେ ସୁଧ ଉପରେ ଲାଗିବ ଟିକସ ।

ପିଏଫ ଯୋଗଦାନ ୨.୫ ଲକ୍ଷ ଟପିଲେ ଦେବାକୁ ପଡିବ ଆୟକର : – 

– ଜଣେ ବ୍ୟକ୍ତି ଯଦି ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି
– ଏବଂ ଭଲ୍ୟୁଂଟାରି ପ୍ରୋଭିଡେଂଟ୍ ଫଣ୍ଡରେ ୫ ଲକ୍ଷ ଟଙ୍କା ରଖୁଛନ୍ତି
– ତେବେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ପଡିବ ନାହିଁ
– କିନ୍ତୁ ବଳକା ୨.୫ ଲକ୍ଷ ଟଙ୍କାର ୮.୫% ସୁଧ ଉପରେ ସେ ଆୟକର ଦେବେ
– ଅର୍ଥାତ ବାର୍ଷିକ ୨୧ ହଜାର ୨୫୦ ଟଙ୍କା ଉପରେ ଦେବେ ଆୟକର
– ସେ ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟକାରୀ ହୋଇଥିବାରୁ ୩୦% ଆୟକର ଦେବେ
– ଅର୍ଥାତ ମୋଟ୍ ୨୧ ହଜାର ୨୫୦ ଟଙ୍କାର ୩୦% ଆୟକର ୬ ହଜାର ୩୭୫ ଟଙ୍କା ଦେବେ