ମଣ୍ଡିରୁ ଉଠୁନି ଧାନ : କୋରୁକୁଣ୍ଡା ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ

 ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଧମକ

53

କନକ ବ୍ୟୁରୋ :  ମଣ୍ଡିରୁ ଉଠୁନି ଧାନ, ରାସ୍ତାରେ ଚାଷୀ । ରାଜରାସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ । ମାଲକାନଗିରି କୋରୁକୁଣ୍ଡା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ । ମଣ୍ଡିରୁ ଧାନ ନଉଠିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଲେ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ପାଇଁ ମାଲକାନଗିରିରୁ ଚିତ୍ରକୋଣ୍ଡା ଯାତାୟତ ଠପ ହୋଇଛି ।

ମଣ୍ଡିରେ ଧାନ ପଡ଼ିରହିବା ସହ, ଏହା ବିକ୍ରି ହୋଇପାରୁନାହିଁ । ଧାନ ଉଠାଣରେ ବିଳମ୍ବ ଯୋଗୁଁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜାତୀୟ ରାଜପଥ ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।