ମାନବିକତା ଦେଖାଇଲେ ମହିଳା ପୋଲିସ । ବୃଦ୍ଧଙ୍କ ଶବ ଛୁଇଁଲେନି ଗାଁଲୋକେ, ଅନ୍ତିମ ସଂସ୍କାର କଲେ ଶିରସା 

କାନ୍ଧରେ ବୋହି ନେଉଛନ୍ତି ଜଣେ ବୃଦ୍ଧ ଲୋକର ମୃତଦେହକୁ

98
କନକ ବ୍ୟୁରୋ : ଆପଣ ଦେଖୁଥିବା ଏହି ଭିଡିଓଟିର ବାସ୍ତବତା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବନି । କି, ଏହି କାର୍ଯ୍ୟ ପାଇଁ ମହିଳା ପୋଲିସଙ୍କୁ ସାବାସୀ ନଦେଇ ରହିପାରିବେନି
ଏହେଉଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମହିଳା ସବ୍-ଇନ୍ସପେକ୍ଟର କେ. ଶିରସା । କାନ୍ଧରେ ବୋହି ନେଉଛନ୍ତି ଜଣେ ବୃଦ୍ଧ ଲୋକର ମୃତଦେହକୁ । ଆଗରେ ଶିରସା ଥିବାବେଳେ ପଛରେ ରହିଛନ୍ତି ଆଉ ଜଣେ ବ୍ୟକ୍ତି । ପ୍ରକୃତରେ ଏହି ଶବଟି ହେଉଛି ଜଣେ ବାସହିନ ଅଜଣା ବୃଦ୍ଧ ବ୍ୟକ୍ତିଙ୍କର । ବୟସ ଅଧିକ ହୋଇଯାଇଥିବାରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଯେଉଁ ଗାଁ ନିକଟରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା, ସେଠାକାର ଲୋକ ମୃତ ବୃଦ୍ଧ ବ୍ୟକ୍ତିଙ୍କ ନିକଟକୁ ଯାଇନଥିଲେ କି ଶବ ଦାହ ପାଇଁ କେହି ଆଗକୁ ଆସିନଥିଲେ । ଏପରି ସମୟରେ ଏସଆଇ ଶିରସା ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ଦେଖିବାକୁ ପାଇଥିଲେ ମୃତ ବ୍ୟକ୍ତିଙ୍କ ଶବ ଉଠାଇବାତ ଦୂରର କଥା, କୌଣସି ବ୍ୟକ୍ତି ତାଙ୍କ ନିକଟକୁ ଯାଉନାହାନ୍ତି । ଏଭଳି ପରିସ୍ଥିତିରେ ମାନବିକତା ଦେଖାଇଲେ ଶିରସା । ଆଉ ବୃଦ୍ଧ ବ୍ୟକ୍ତିଙ୍କୁ କୋକେଇରେ ଶୁଆଇ ନିଜ କାନ୍ଧରେ ପ୍ରାୟ ୨କିଲୋମିଟ ଶ୍ମଶାନକୁ ବୋହିନେଲେ । ଏବଂ ବୃଦ୍ଧଙ୍କ ଜୁଇରେ ମୁଖାଗ୍ନି ଦେଇ ରିତିନୀତି ଅନୁଯାଇ ଅନ୍ତିମ ସଂସ୍କାର କଲେ ।
ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଶିରସାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି । ଆଉ ଲୋକମାନେ ଶିରସା ଏଭଳି କାର୍ଯ୍ୟକୁ ଦେଖି ବାଃ ବାଃ କରୁଛନ୍ତି