ବଢ଼ୁଛି ସଂକ୍ରମଣ, ଫେରୁଛି କଟକଣା । ଆଜି ଠାରୁ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

74

କନକ ବ୍ୟୁରୋ : କରୋନା ଦ୍ରୁତ ବେଗରେ ମାଡି ଚାଲିଛି । ତେଣୁ ସଂକ୍ରମଣର ଚେନ ଭାଙ୍ଗିବାକୁ କଟକଣା ମଧ୍ୟ ଜାରି କରାଯାଉଛି । ବିଶେଷ କରି ଧାର୍ମିକସ୍ଥଳୀରେ ପ୍ରତିଦିନ ଭିଡ ଜମୁଥିବାରୁ ସେହି ସ୍ଥାନ ଉପରେ ପ୍ରଥମେ ପ୍ରଶାସନର ନଜର ଯାଇଛି । ଆଜିଠାରୁ ଗଂଜାମର ସମସ୍ତ ଧାର୍ମିକ ସ୍ଥଳରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି ।
ସେପଟେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଆଜିିଠୁ ଜାନୁୟାରୀ ୩୧ ଯାଏଁ ଜଗା ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ବାହାର ଜିଲ୍ଲା ଲୋକଙ୍କ ପାଇଁ ପୁରୀ ସ୍ୱର୍ଗଦ୍ୱାର ବାରଣ କରାଯାଇଛି । ରାଜ୍ୟରେ ବଢୁଥିବା କରୋନାର ସ୍ଥିତି ଦେଖି ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । କଟକଣା ହଟିବା ପରେ ଜଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ରାଜ୍ୟରେ ପ୍ରତିଦିନ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଛି । ଓମିକ୍ରନ୍ ପାଇଁ କରୋନା ସଂକ୍ରମଣ ବଢୁଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେଣୁ ସତର୍କ ରହିବା ସହ କରୋନା କଟକଣାକୁ ମାନିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯଦିଓ ରାଜ୍ୟରେ ଲକଡାଉନ୍ ସଟଡାଉନ୍ ଭଳି ସ୍ଥିତି ଉପୁଜିନାହିଁ, କିନ୍ତୁ ଯଦି ଲୋକେ କରୋନା କଟକଣାକୁ ନମାନିବେ ଆଉ ସଂକ୍ରମଣ ଅଣାୟତ ହେବ ତାହାଲେ ଲଗଡାଉନ୍ ସଟଡାଉନ୍ ଭଳି ସ୍ଥିତି ଉପୁଜିବ ଏଥିରେ କୌଣସି ସନ୍ଦେହ ନାହିଁ