ଦିଲ୍ଲୀରେ କରୋନାର ବେକାବୁ ସ୍ଥିତି । ସଂସଦ ଭବନର ୪ ଶହରୁ ଅଧିକ ସୁରକ୍ଷା କର୍ମୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ

111

କନକ ବ୍ୟୁରୋ : ଦିଲ୍ଲୀର ସଂସଦ ଭବନରେ କରୋନା ବିସ୍ଫୋଟ ହୋଇଛି । ସଂସଦ ଭବନର ୪ ଶହରୁ ଅଧିକ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି । ୬ ଓ ୭ ତାରିଖରେ ସଂସଦରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୪ ଶହ କୋଭିଡ ପଜିଟିଭ ହୋଇଛନ୍ତି । ଏହାପରେ ଦିଲ୍ଲୀକୁ ଆଲର୍ଟ କରାଯାଇଛି । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ପାର ହୋଇଛି । ଗତକାଲି ୨୦ ହଜାର ୧୮୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମହାନଗରରେ ପଜିଟିଭ ରେଟ୍ ୧୯.୬ ରହିଛି ।
ଦ୍ୱିତୀୟ ଲହର ସମୟରେ ଦିଲ୍ଲୀରେ ଭୟଙ୍କର ସ୍ଥିତି ଉପୁଜିଥିଲା । କରୋନା ସଂକ୍ରମଣ ପ୍ରବଳ ମାତ୍ରାରେ ବଢିବା ଫଳରେ ମେଡିକାଲରେ ବେଡ ମିଳିଲାନି, ରାଜ୍ୟରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିଲା । ରାସ୍ତାରେ ଲୋକେ ପୋକମାଛି ଭଳି ଜୀବନ ହାରୁଥିଲେ । ଏବେ ତୃତୀୟ ଲହର ଆସିବାକୁ ଯାଉଥିବା ବେଳେ, ସମୟ ଥାଉ ଥାଉ ଲୋକେ ସଚେତନ ହେବା ନିହାତି ଆବଶ୍ୟକ ରହିଛି ।