ମୁଣ୍ଡରୁ ଋଣର ବୋଝ ଓହ୍ଲାଇବା ପାଇଁ ନେଉଥିଲେ ଲଟେରି ଟିକେଟ ! ଦୁଇ ବର୍ଷ ପରେ ଖୋଲିଲା ଭାରତୀୟ ନାଗରିକଙ୍କ ଭାଗ୍ୟ ।

ଲଟେରି ଜ୍ୟାକପଟରେ ମାରଫୋସ ନାମକ ଜଣେ ଭାରତୀୟ ବ୍ୟକ୍ତି ୨୭.୨ ଲକ୍ଷ ଆମେରିକି ଡଲାର ଜିତିଛନ୍ତି ।

156

ଅରବ ଅମିରାତ (ୟୁଏଇ)ରେ ମାସିକ ଲଟେରି ଜ୍ୟାକପଟରେ ମାରଫୋସ ନାମକ ଜଣେ ଭାରତୀୟ ବ୍ୟକ୍ତି ୨୭.୨ ଲକ୍ଷ ଆମେରିକି ଡଲାର ଜିତିଛନ୍ତି । ତେବେ ତାଙ୍କର ଜଣେ ବନ୍ଧୁଙ୍କ କହିବା ଅନୁସାରେ ତାଙ୍କର ପୁରା ଭରୋଷା ଥିଲା କି ସେ ଦିନେ ଲଟେରିରେ ଜ୍ୟାକପଟ ଜିତିପାରିବେ ।

ମିଳିଥିବା ସୂଚନା ଅନୁଯାୟୀ, ଲଟେରିରେ ଜ୍ୟାକପଟ ଜିତ ହାସଲ କରିଥିବା ମାରଫୋସ କେରଳର ନିବାସି କିନ୍ତୁ ସେ ୨୦୦୪ ମସିହା ଠାରୁ ଦୁବାଇରେ ରହିଆସୁଛନ୍ତି । ସେ ଗତ ଦୁଇ ବର୍ଷ ହେବ “ବିଗ୍ ଟିକେଟ”ର ଟିକିଟେ କିଣିଆସୁଥିଲେ । କିନ୍ତୁ ଦୁଇବର୍ଷ ହେବ କୌଣସି ଫଳ ମିଳିପାରୁନଥିଲା । ପ୍ରତି ଥରକ ସେ କେବଳ ଶୁଣି ଣାସୁଥିଲେ କି ଅନ୍ୟ କେଉଁ ଏକ ବ୍ୟକ୍ତିର ଲଟେରି ଲାଗିଛି, ତଥାବି ସେ ହାର ମାନିନଥିଲେ

ତେବେ ମାରଫୋସଙ୍କ କହିବା ଅନୁସାରେ, ଦୁଇ ବର୍ଷ ଲଟେରି ପକାଇବା ପରେ ଏଇ ଥରକ ସେ ଲଟେରି ଜିତିବେ ବୋଲି ତାଙ୍କ ମନ କହୁଥିଲା । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ପତ୍ନୀ ଏବଂ ତାଙ୍କ ଦୁଇ ପିଲା କେରଳରେ ରୁହନ୍ତି । କିନ୍ତୁ ସେ ଟଙ୍କା କମାଇବା ପାଇଁ ଦୁବାଇ ଚାଲିଆସିଥିଲେ । ଏଠାରେ ଆସି ଟଙ୍କା କମାଇବା ବଦଳରେ ଧାର୍ କରଜ କରି ବସିଥିଲେ । ଗତ କିଛି ଦିନ ତଳେ ମଧ୍ୟ ସେ କିଛି ଋଣ ନେଇଥିଲେ । ଏବେ ସେ ଲଟେରିରେ ଜ୍ୟାକପଟ ଜିତିଛନ୍ତି । ତେବେ ତାଙ୍କୁ ପଚାରିବାରୁ ସେ କହିଛନ୍ତି ମୋର ପ୍ରଥମ କାମ ହେବ ମୁଁ ଯେତିକି ଋଣ କରିଛି ସେ ସବୁକୁ ପରିଶଦ କରିବି ।