ସ୍ୱାର୍ଥପର ବୋହୁ ଉପରେ ଆଇନର ଛାଟ୍ ! ଘର ଭାଙ୍ଗିଲେ ମିଳିବ ଛାଡପତ୍ର

21,750

କନକ ବ୍ୟୁରୋ : ଶାଶୁ ଶ୍ୱଶୂରଙ୍କୁ ଛାଡି ସ୍ୱାମୀଙ୍କ ସହ ଅଲଗା ରହିବାକୁ ଦାବି କରିପାରିବେନି ବୋହୁ । ଯଦି ବାପା ମାଆଙ୍କୁ ଛାଡିବା ପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ବାଧ୍ୟ କରନ୍ତି ତେବେ ଏହା ଏକ ନିଷ୍ଠୁରତା । ଏହି ଆଧାରରେ ସ୍ୱାମୀ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ। କର୍ଣ୍ଣାଟକର ଜଣେ ଦମ୍ପତିଙ୍କ ଛାଡପତ୍ର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

କେବଳ ସେତିକି ନୁହେଁ ସ୍ତ୍ରୀ ସ୍ୱାମୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଲେ ଅଥବା ଆତ୍ମହତ୍ୟା ପାଇଁ ଧମକ୍ ଦେଲେ ମଧ୍ୟ ସ୍ୱାମୀ ଛାଡପତ୍ର ଦେଇପାରିବେ ବୋଲି କୋର୍ଟ କହିଛନ୍ତି।

ଦେଖନ୍ତୁ ଏହି ରିପୋର୍ଟ