ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ! ଆସନ୍ତା ୨୩ରେ ନାପିୟରରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ ।

404

କନକ ବ୍ୟୁରୋ: କଙ୍ଗାରୁ ପରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ପାଇଁ ଭାରତୀୟ କ୍ରୀକେଟ ଟିମର ଲକ୍ଷ୍ୟ । ଆସନ୍ତା ଜାନୁୟାରୀ ୨୩ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୩ରେ ନାପିୟରରେ ଖେଳାଯିବ। ତେବେ ଏହି ଦିନିକିଆ ସିରିଜ ରେ ମୋଟ୍ ୫ଟି ମ୍ୟାଚ୍ ଖେଳାଯିବା । ଏହାସହ ୩ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଗୋଟିଏ ପଟେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇବା ପରେ ଏବେ ନ୍ୟୁଜିଲାଣ୍ଡରେ ପହଞ୍ଚିଥିବା ବେଳେ ଅନ୍ୟ ପଟେ ନ୍ୟୁଜିଲାଣ୍ଡ ଘରୋଇ  ପଡିଆରେ ଶ୍ରୀଲଙ୍କାକୁ ୩-୦ରେ  ପରାସ୍ତ କରିଛି। ଯାହାକୁ ନେଇ ଏବେ ଉଭୟ ଭାରତୀୟ କ୍ରିକେଟ ଦଳ ଏବଂ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ଼ ରହିଛି । 

ଅନ୍ୟପଟେ ଦେଖିବାକୁ ଗଲେ ଉଭୟ ଦଳ ଏବେ ଫର୍ମରେ ଅଛନ୍ତି । ପୂର୍ବରୁ ନାପିୟର ପଡ଼ିଆରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଛଅଟି ମ୍ୟାଚ୍ ଖେଳାଯାଇଛି । ଏବଂ ଏଥିରୁ ଭାରତୀୟ ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ପରାଜିତ ହୋଇଛି । ଅନ୍ୟ ପଟେ ନ୍ୟୁଜିଲାଣ୍ଡ ଦଳ ଏଠାରେ ମୋଟ୍ ୪୦ଟି ମ୍ୟାଚ୍ ଖେଳିଥିବା ବେଳେ ୨୪ଟିରେ ବିଜୟୀ ହୋଇଛି ଏବଂ  ୧୩ଟିରେ ପରାଜିତ ହୋଇଛି । ଦୁଇଟି ମ୍ୟାଚ୍ ଡ୍ର ରହିଛି ଏବଂ ଗୋଟିଏ ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ଏହାର ମାନସାଙ୍କକୁ ଦୃଷ୍ଟି ଦେଲେ ଆଗକୁ ହେବାକୁଥିବା ସିରିଜ୍ ଉଭୟଙ୍କ ପାଇଁ ୨୦୧୯ ବିଶ୍ୱକପ୍ ପୂର୍ବରୁ ଏକ ପରୀକ୍ଷା ବୋଲି କ୍ରୀଡ଼ା ସମୀକ୍ଷକମାନେ କହିଛନ୍ତି ।