ଆକାଶରେ ଉଡିବ ୧୫୨ କୋଟିଟଙ୍କାର ଫ୍ରିଜ । ଧନୀଦେଶର ମୁଖ୍ୟଙ୍କ ବିଳାସମୟ ଜୀବନ ଶୈଳୀ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

27

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ । କେତେବେଳେ ଯୌନ ସମ୍ପର୍କକୁ ନେଇ ତ ଆଉ କେତେବେଳେ ତାଙ୍କର ବିବାଦୀୟ ବୟାନ ପାଇଁ ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି । କିନ୍ତୁ ଏବେ ତାଙ୍କର ରାଜକୀୟ ତଥା ବିଳାସମୟ ଜୀବନଶୈଳୀକୁ ନେଇ ଏବେ ଚର୍ଚାରେ ଟ୍ରମ୍ପ ।

ଆମେରିକା ରାଷ୍ଟ୍ରପତି ଯେଉଁ ଫ୍ଲାଇଟରେ ଗସ୍ତ କରିଥାନ୍ତି ସେଠାରେ ସାଧାରଣତଃ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥାଏ । ତେବେ ନିକଟରେ ଏକ ଚୁକ୍ତିକୁ ନେଇ ସେ ଚର୍ଚାରେ ରହିଛନ୍ତି । ତାଙ୍କ ଉଡାଜାହାଜରେ ୧୫୦କୋଟି ଟଙ୍କାର ଫ୍ରିଜ ଲାଗିବ । ବୋଇଂ କମ୍ପାନୀ ଏୟାର ଫୋର୍ସ ୱାନରେ ଦୁଇଟି ରେଫ୍ରିଜେରେଟର ଲଗାଇବାକୁ ଚୁକ୍ତି କରିଛି । ଏୟାର ଫୋର୍ସ ୱାନରେ ଲାଗିଥିବା ୨୫ ବର୍ଷର ପୁରୁଣା ଫ୍ରିଜକୁ ବଦାଲାଇବାକୁ ନିଷ୍ପତି ନିଆଯାଇଛି ।

ଆମେରିକା ପ୍ରତିରକ୍ଷା ବିଭାଗ ଅନୁଯାୟୀ ଗତବର୍ଷ ଡିସେମ୍ବର ମାସରେ ବୋଇଂ କମ୍ପାନୀ ସହ ଚୁକ୍ତି ହୋଇଥିଲା । ଏହାର କାମ ୨୦୧୯ ଅକ୍ଟୋବର ୩୦ ସୁଦ୍ଧା ଶେଷହେବ ।

୧୯୯୦ ମସିହାରେ ଲାଗିଥିବା ଫ୍ରିଜ ଆଉ କାମ କରିବା ଅବସ୍ଥାରେ ନଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ଏହି ଫ୍ରିଜ ଲଗାଇବାର ମୁଖ୍ୟକାରଣ ହେଉଛି ପାସେଂଜର ଓ କ୍ର୍ରିିଉମେମ୍ବରଙ୍କ ପାଇଁ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ରଖାଯାଇପାରିବ । ୩ହଜାର ଖାଇବା ଥାଳି ଏଠାରେ ରଖାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି ।

ସୌଜନ୍ୟ: ଆଜତକ