ଅଭିନେତ୍ରୀଙ୍କ ଅଭିନୟର ପ୍ରଶଂସାରେ ଶତମୁଖ ହ୍ରିତିକ୍ ରୋଶନ୍ ! ସିନେମା ଦେଖି ଭାବପ୍ରବଣ ହେଲେ ଗ୍ରୀକ୍ ଗଡ଼୍

93

ବଲିଉଡ଼ର ଗ୍ରୀକ୍ ଗଡ଼ କୁହାଯାଉଥିବା ଅଭିନେତା ହ୍ରିିତିକ ରୋଶନଙ୍କ ଅଭିନୟ ଦକ୍ଷତା ଓ ଡାନ୍ସିଂ ଷ୍ଟାଇଲ ବିଷୟରେ ସମସ୍ତେ ଅବଗତ । କିନ୍ତୁ ଗ୍ରୀକ୍ ଗଡ଼ଙ୍କୁ ଭଲ ଲାଗିଛି ଜଣେ ବଲିଉଡ଼୍ ଅଭିନେତ୍ରୀଙ୍କ ଅଭିନୟ । ଆଉ ତାଙ୍କ ପ୍ରଶଂସାରେ ଶତମୁଖ ହ୍ରିତିକ୍ ରୋଶନ୍ । ଆପଣ ଭାବୁଥିବେ କିଏ ସେହି ଅଭିନେତ୍ରୀ ଜଣକ ? ସେହି ଅଭିନେତ୍ରୀ ଆଉ କେହି ନୁହେଁ , ସେ ହେଲେ କଲ୍କି କୋଚଲିନ୍ । ଅଭିନେତ୍ରୀ କଲ୍କି କୋଚଲିନଙ୍କ ସହ ‘ଜିନ୍ଦେଗୀ ନା ମିଲେଗୀ ଦୋବରା’ରେ ଏକାଠି କାମ କରିସାରିଛନ୍ତି ହ୍ରତିକ ରୋଶନ୍ ।

 

 

 

 

 

 

 

 

 

 

ହ୍ରିତିକ କୁହନ୍ତି ସେ କଲ୍କିଙ୍କର ଜେଣ ବଡ଼ ପ୍ରଶଂସକ । ହ୍ରତିକ ଗତ ଗୁରବାର ଦିନ ଦେଖିଛନ୍ତି କଲ୍କିଙ୍କ ଆଗାମୀ ସିନେମାର ‘ରିବନ’ର ବିଶେଷ ସ୍କ୍ରିନିଂ । ସେଠାରେ କଲ୍କିଙ୍କ ଅଭିନୟ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ହ୍ରିତିକ୍ । ସେହି ସମୟରେ ହ୍ରତିକ କହିଥିଲେ ମୁଁ କଲ୍କିଙ୍କ କାମ କରିବା ଶୈଳୀରେ ବହୁତ ପ୍ରଭାବିତ । ଆଉ ତାଙ୍କର ସିନେମା ନେଇ ବହୁତ ଉତ୍ସାହିତ ମଧ୍ୟ ।

କଲ୍କିଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କହିଛନ୍ତି ହ୍ରତିକ ରୋଶନ୍ । ସେ ନିଜେ ଜଣେ ବିଚାରକ ଓ ଚିନ୍ତା କରି ହିଁ କୌଣସି ସିନେମା କରନ୍ତି । ‘ରିବନ’ର ବିଶେଷ ସ୍କ୍ରିନିରେ ହ୍ରିତିକଙ୍କ ବ୍ୟତୀତ ସୁମିତ ବ୍ୟାସ, ପଙ୍କଜ ତ୍ରୀପାଠି ଓ ଅସଲନ ଗୋନୀ ପରି ତାରକା ମାନ ସାମିଲ ଥିଲେ । ଏକଥା ଜାଣିବା ପରେ କଲ୍କି ବହୁତ ଖୁସି ଅଛନ୍ତି । କାରଣ ତାଙ୍କ ସିନେମାକୁ ସମୀକ୍ଷକ ସକରାତ୍ମକ ଟିପ୍ପଣୀ ଦେଇଛନ୍ତି । ତେବେ ସିନେମା ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହେବା ବୋଲି ଆଶା ରଖିଛନ୍ତି କଲ୍କି ।