ଥମୁନି ପଦ୍ମାବତୀ ବିବାଦ ! ସିନେମାକୁ ବିରୋଧ କରି ଆଜି ଚିତୌରଗଡ ବନ୍ଦ ଡାକରା

66

ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ ଚାଲିଛି ଖଣ୍ଡଯୁଦ୍ଧ । ଚଳଚ୍ଚିତ୍ରରେ ରାଜପୁତ ସଂପ୍ରଦାୟ ଭାବନାକୁ ଆଘାତ କରିବା ଭଳି କିଛି ଦୃଶ୍ୟ ରହିଛି ବୋଲି ଅଭିଯୋଗ ରହିଛି । ଏହି ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି ସରଗରମ ହୋଇଉଠିଥିଲା ଏବଂ ରାଜପୁତ କରଣୀ ସିଂହ ସେନା ଏହି ସିନେମାକୁ ବିରୋଧ ବି କରିଥିଲା । ଯେଉଁଥିପାଇଁ ଆଜି ଚିତୌରଗଡ ବନ୍ଦ ରହିଛି ।

ସୂଚନା ମୁତାବକ, ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭନସାଲୀଙ୍କ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ରିଲିଜ୍ କରିବା ପାଇଁ ୧ ନଭେମ୍ବର ତାରିଖ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ବି ସିନେମାକୁ ନେଇ ତାଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଯଦିଓ ଏଥରକ ସମସ୍ୟାଟି ଏତେ ଜଟିଳ ନୁହେଁ ତେବେ ଗୁଜୁରାଟରେ ନିର୍ବାଚନ କାରଣରୁ ନିର୍ବାଚନ ପୂର୍ବରୁ ଏହି ଚଳଚ୍ଚିତ୍ର ରିଲିଜ କରିବାକୁ ପ୍ରତିବନ୍ଧକ ଲଗାଇବାକୁ ବିଜେପି ପକ୍ଷ ରଖିଛି ।

ଖାଲି ବିଜେପି କାହିଁକି ଏହି ଚଳଚ୍ଚିତ୍ରକୁ ରାଜପୁତ କରଣୀ ସେନା ମଧ୍ୟ ତିବ୍ର ବିରୋଧ କରିଛି । ତେବେ ସିନେମାଟି ଚିତୌରଗଡ ମହାରାଣୀ ପଦ୍ମାବତୀ ଚରିତ୍ରକୁ ନେଇ ନିର୍ମିତ । ରାଜପୁତ ସେନାଙ୍କ କହିବା କଥା, ଚଳଚ୍ଚିତ୍ର ପଦ୍ମାବତୀରେ ନାଚର ଥିବା କୁଭାଷୀକୁ ନେଇ ବିରୋଧ କରାଯାଇଛି ଏବଂ ଏହି ଚଳଚ୍ଚିତ୍ରରେ ସତ୍ୟକୁ ଆଧାର କରି ଦର୍ଶାଯାଇନାହିଁ , ରାଣୀ ପଦ୍ମାବତୀ କେବେ ବି ଆଲ୍ଲାଉଦିନ ଖିଲଜୀକୁ ସାକ୍ଷାତ ନ କରିଥିବା ସତ୍ତେ୍ୱ ଏ ଚଳଚ୍ଚିତ୍ରରେ ରାଣୀ ପଦ୍ମାବଦୀ ଆଲ୍ଲାଉଦିନ ଖିଲଜୀକୁ ସାକ୍ଷାତ କରିଥିବା ନେଇ ଦର୍ଶାଯାଇଛି । ଯାହାକି କୌଣସି ବହିର ଇତିହାସରେ ବର୍ଣ୍ଣନା କରାଯାଇ ନାହିଁ । ଅନ୍ୟ ଏକ ପ୍ରସଙ୍ଗ ହେଲା ଏହି ସିନେମାରେ ଆଲ୍ଲାଉଦ୍ଦିନ ପଦ୍ମାବତୀକୁ ଆଇନାରେ ଦେଖିବା କଥାକୁ ମଧ୍ୟ ବିରୋଧ କରିଛି କରଣୀ ସେନା ।