କଂଚାଲଙ୍କା ଶରୀର ପାଇଁ ଉପକାରୀ ! ଅନେକ ରୋଗର କରିବ ନିରାକରଣ ।

85

କଂଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ହିତକର । ଖାଦ୍ୟର ରୁଚି ବଢାଇବାକୁ କଂଚା ଲଙ୍କା ଖାଇବା ବେଶ ଉପଯୋଗୀ । କଂଚା ଲଙ୍କାରେ କ୍ୟାପସାଇସିନ ନାମକ ତତ୍ୱ ରହିଛି । ଏହା ରକ୍ତ ସଂଚାଳନ ଠିକ ଭାବରେ ନିୟନ୍ତ୍ରଣ କରିଥାଏ । ଯାହାଫଳରେ ସର୍ଦ୍ଦି ବେଳେ ସାଇନସ ଭଳି ସମସ୍ୟାରୁ ମୁକ୍ତି ଦିଏ କଂଚା ଲଙ୍କା । ତେବେ ଆସନ୍ତୁ ଜାଣିବା କଂଚା ଲଙ୍କା ଖାଇବା ଦ୍ୱାରା କ’ଣ କ’ଣ ଉପକାର ମିଳିଥାଏ ।

ଯନ୍ତ୍ରଣା ଦୂର କରେ

କଂଚା ଲଙ୍କା ଖାଇବା ଫଳରେ ଶରୀରର ଉଷ୍ମତା ବାହାରିଯାଏ ଓ ଏହାଦ୍ୱାରା ଶାରୀରିକ ଯନ୍ତ୍ରଣା ତୁରନ୍ତ ଦୂର ହୋଇଥାଏ ।

ଥଣ୍ଡା ସ୍ଥାନରେ ରଖିବା ଉଚିତ

ଲଙ୍କାରେ ଭିଟାମିନ ପ୍ରଚୁର ମାତ୍ରାରେ ରହିଛି । କଂଚା ଲଙ୍କା ଥଣ୍ଡା ସ୍ଥାନରେ ରଖିବା ଭଲ । ଏହାର ପୋଷାକ ତତ୍ୱ ବାୟୁ, ଗରମ ଓ ଆଲେକ ସମ୍ପର୍କରେ ଆସି ଧୀରେ ଧୀରେ ଶେଷ ହୋଇଯାଏ ।

ମୁଡ ଠିକ ରଖେ

କଂଚା ଲଙ୍କାରେ ବିଭିନ୍ନ ପ୍ରକାରର ଇଣ୍ଡିର୍ଫିନ କେମିକାଲ ରିଲିଜ କରିଥାଏ, ଯାହା ମୁଡକୁ ନିୟନ୍ତ୍ରଣ କରେ ଓ ଏନଜାଇମକୁ ଶକ୍ତ କରିଥାଏ । ଏହା ଆମ ଭିତରେ ସବୁବେଳେ ଉତ୍ତମ ଭାବ ପ୍ରକାଶ କରିଥାଏ ।

ସୁଗାର ନିୟନ୍ତ୍ରଣ

ଡାୟବେଟିସ ରୋଗୀ କଂଚା ଲଙ୍କା ଖାଇବା ଉଚିତ । ଲଙ୍କା ବ୍ଲଡ ସୁଗାର ଲେବଲ କମ କରିବାରେ ସାହାଯ୍ୟ କରିଥାଏ ।

ଆଇରନର ଉତ୍ସ

କଂଚା ଲଙ୍କା ଆଇରନର ମୁଖ୍ୟ ଉତ୍ସ । ଏଥିପାଇଁ ଚିକିତ୍ସକମାନେ ସବୁବେଳେ ଆଇରନ କମ ଥିବା ଲୋକଙ୍କୁ କଂଚା ଲଙ୍କା ଖାଇବାକୁ ମରାମର୍ଶ ଦେଇଥାନ୍ତି ।

ତ୍ୱଚା ସଂକ୍ରମଣ ଦୂର କରେ

କଂଚା ଲଙ୍କାରେ ଆଂଟି ବ୍ୟାକ୍ଟେରିଆ ଗୁଣ ରହିଛି । ଶରୀରରେ କୌଣସି ପ୍ରକାରର ସ୍କିନ ଇନଫେକସନ ବା ସଂକ୍ରମଣ ହେବାକୁ ଦିଏ ନାହିଁ । ଯଦି ସଂକ୍ରମଣ ହୋଇଥାଏ ଏହାକୁ ଭଲ କରି ଥାଏ ।

ରକ୍ତ ରୋକିବାରେ ସହାୟକ

କଂଚା ଲଙ୍କାରେ ପ୍ରଚୁର ଭିଟାମିନ ରହିଛି । ଏହାକୁ ଖାଇବା ଦ୍ୱାରା ବ୍ଲଡ କ୍ଲଟିଂ ସମସ୍ୟା ଦୂର ହୋଇଥାଏ ।