କିଏ ହେବ ଗୁଜରାଟ ଓ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା ହୋଇପାରେ ନାଁ । ବିଜେପି କେନ୍ଦ୍ରୀୟ କମିଟିର ଘନ ଘନ ବୈଠକ

55

କନକ ବ୍ୟୁରୋ : ଆଜି ଗୁଜରାଟ ପାଇଁ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । ଗୁଜରାଟରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ ଜଣେ ନୂଆ ମୁହଁ ବାଛିବାକୁ ଘନ ଘନ ବୈଠକ ଜାରି ରଖିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଆଜି ଅହମ୍ମଦାବାଦରେ ନବନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତାପରେ ନାଁ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ଏନେଇ ଜେଟଲୀଙ୍କ ସହ ଆଲୋଚନା କରିଛନ୍ତି । ଗୁଜରାଟରେ ଷଷ୍ଠ ଥର ପାଇଁ ବିଜେପିକୁ କ୍ଷମତାକୁ ଆସିଛି । କିନ୍ତୁ ଦଳର ସିଟ ସଂଖ୍ୟା ଏଥର କମିଯାଇଛି ।  ତେଣୁ ଏଥର ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାନୀଙ୍କୁ ପରିବର୍ତନ କରିବାକୁ ଚାହୁଁଛି ବିଜେପି

ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ନେଇ ମଧ୍ୟ ଆଜି ନିଷ୍ପତି ହୋଇପାରେ । ଏଥିପାଇଁ ଆଜି ସିମଳାରେ ବୈଠକ ବସୁଛି । ବହୁମତ ହାସଲ କରିଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ ହାରିଯାଇଥିବାରୁ ତାଙ୍କ ବଦଳରେ ଜୟରାମ ଠାକୁରଙ୍କୁ ପରବର୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି । ଆଜି ଦଳର କେନ୍ଦ୍ରୀୟ ନେତୃମଣ୍ଡଳୀ ଏ ସମ୍ପର୍କରେ  ଭାବେ ଘୋଷଣା କରିପାରନ୍ତି । ତେବେ ଧୁମଲ ଜୟରାମଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜି ହୋଇଥିବା ଜଣାପଡିଛି ।