ମାନ୍ଦାବସ୍ଥାରେ ବି ନିଯୁକ୍ତି ସୁଯୋଗ ଦେଉଛି ଏହି ସରକାରୀ କମ୍ପାନୀ ! ୯୦୦୦ ଲୋକଙ୍କୁ ଦେଉଛି ନିଯୁକ୍ତି ସୁଯୋଗ

888

ଭାରତର ଅର୍ଥବ୍ୟବସ୍ଥାରେ ଏବେ ମାନ୍ଦାବସ୍ତାର କଳାବାଦଲ ଘୋଟିଯାଇଛି । ଏଭଳି ସ୍ଥିତିରେ ଦେଶର ବଡ ବଡ କମ୍ପାନୀ ଛଟେଇ କରୁଥିବା ସମୟରେ କୋଲ୍ ଇଣ୍ଡିଆର ନିଯୁକ୍ତି ବାହାରିବା ଖବର ଏବେ ସମସ୍ତଙ୍କୁ ଚକିତ କରିଦେଇଛି । କୋଲ୍ ଇଣ୍ଡିଆର ଏହି ଯୋଜନାରେ ୯ ହଜାର ଲୋକଙ୍କୁ ଚାକିରୀ କରିବାର ସୁଯୋଗ ମିଳୁଛି । ଯେଉଁଥିରେ ୪ ହଜାର ଲୋକଙ୍କ ନିଯୁକ୍ତି ଏକ୍ସେକ୍ୟୁଟିଭ୍ ଲେବଲରେ ହେବାକୁ ଯାଉଛି । କମ୍ପାନୀର ଜଣେ ଅଧିକାରୀ କହିଛନ୍ତି କୋଲ୍ ଇଣ୍ଡିଆର ୪୦୦ ଜଣ ଏକ୍ସେକ୍ୟୁଟିଭ୍ ରୁ ୯୦୦ ଟି ଜୁନିୟର୍ କାଟେଗୋରୀର ନିଯୁକ୍ତି ରହିଥିବା ବେଳେ ପ୍ରାର୍ଥୀଙ୍କ ନିଯୁକ୍ତି ହେବ । ବଳକା ୪୦୦ ଜଣଙ୍କ ନିଯୁକ୍ତି କ୍ୟାମ୍ପସ୍ ସିଲେକ୍ସନ୍ ମାଧ୍ୟମରେ ହେବାକୁ ଯାଉଛି ଏବଂ ୧୦୦ ଜଣ ଏକ୍ସେକ୍ୟୁଟିଭ୍ ଙ୍କ ନିଯୁକ୍ତି ମେଡିକାଲ୍ ସଦସ୍ୟ ରୁପେ ହେବାକୁ ଯାଉଛି ।

୪୦୦ ନନ୍ ଟେକ୍ନିକାଲ୍ ପୋଷ୍ଟରେ ନିଯୁକ୍ତି :

କମ୍ପାନୀର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ହିଁ କମ୍ପାନୀରେ ୪୦୦ ଏକ୍ସେକ୍ୟୁଟିଭ୍ ଙ୍କୁ ନିଯୁକ୍ତି ଦିଆଯାଇଛି , ଯେଉଁଥିରେ ଅଧିକ ଡାକ୍ତର ରହିଛନ୍ତିି । ଅନ୍ୟ ୭୫ ସିଟ୍ ରେ ମଧ୍ୟ ନିଯୁକ୍ତି ହୋଇସାରିିଛି ଖୁବଶୀଘ୍ର କର୍ମଚାରୀମାନେ ଅଫିସ୍ ଜଏନ୍ କରିବେ । ଅନ୍ୟ ୨୨୦୦ ଲୋକଙ୍କ ନିଯୁକ୍ତି କମ୍ପାନୀ ପରୀକ୍ଷା ଜରିଆରେ କରିବ ।