ରେଲୱେର ବୋରିଂ ଖାଦ୍ୟକୁ କରନ୍ତୁ ବାଏ ବାଏ! ଏବେ ଟ୍ରେନରେ ମଳିବ ଡୋମିନୋଜ୍ ପିଜା ଓ ମ୍ୟାକଡୋନାଲ୍ଡର ବର୍ଗର

65

ରେଲୱେର ବୋରିଂ ଖାଦ୍ୟରୁ ଏବେ ଯାତ୍ରୀ ରକ୍ଷା ପାଇବେ । ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀମାନେ ଏବେ ମନପସନ୍ଦର ଫାଷ୍ଟଫୁଡ୍ ଅନଲାଇନ୍ ଅର୍ଡର୍ କରିପାରିବେ  । ଏହି ସୁବିଧା ଜୁନ୍ ୧୫ରୁ ଆରମ୍ଭ ହୋଇଛି ।ଫୋନ୍ କିମ୍ବା ଏସଏମଏସ ଜରିଆରେ ଏହି ଖାଦ୍ୟ ସବୁ ଅଡର୍ କରି ପାରିବେ ।

ଭାରତୀୟ ରେଳବାଇ ଡୋମିନୋଜ୍ ପିଜା, କେଏଫସି , ମ୍ୟାକଡ଼ୋନାଲ୍ଡ, ସାଗର ରତ୍ନ ପରି କମ୍ପାନୀ ସହ ଟାଇ ଅପ୍ କରିଛି । ତେବେ ଏହି ସେବା ଗତକାଲି ଠାରୁ ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଯାତ୍ରୀମାନଙ୍କ ପାଇଁ ୧୪ ତାରିଖରୁ ଆରମ୍ଭ ହୋଇ ସାରିଛି ।

ଅନଲାଇନ୍ କେମିତି କରିବେ ଅଡର୍ :
• ପ୍ରଥମେ ଡବ୍ଲୁ ଡବ୍ଲୁ ଡବ୍ଲୁ . ଇକ୍ୟାଟରିଂ . ଆଇଆରସିଟସି. କୋ.ଇନରେ ଲଗ୍ ଇନ୍ କରିବେ ।

• ଏହା ପରେ ଆପଣ କେଉଁ ଷ୍ଟେସନରେ ଅଛନ୍ତି କିମ୍ବା ପିଏନଆର୍ ନମ୍ବର ଦେବେ । ଅର୍ଥାତ୍ କେଉଁ ସ୍ଥାନରେ ଅର୍ଡର୍ ଗ୍ରହଣ କରିବେ ତାର ସୂଚନା ଦେବେ ।

• ଏହା ପରେ ଫୁଡ୍ ଅପରେଟର୍ ସିଲେକ୍ଟ କରିବେ । ତା ପରେ ମେନ୍ୟୁ ପସନ୍ଦ କରି ଅର୍ଡର କରିପାରିବେ ।

• ଏହା ପରେ ଡେଲିଭରୀ କନଫର୍ମ କରିବାକୁ ଏକ ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ଆସିବ । ଏହି ନମ୍ବର ଦେବା ପରେ ଆପଣଙ୍କ ଅର୍ଡର୍ ସଂପୂର୍ଣ୍ଣ ହେବ ।

ଫୋନ୍ କରି କେମିତି କରିବେ ଅର୍ଡର୍ :

• ପ୍ରଥମେ ୧୩୨୩ରେ ଫୋନ୍ କରିବେ ।

• ଏହା ପରେ ଓଟିପି ନମ୍ବର (ଏସଏମଏସରେ ମିଳିଥିବା) ଦେବେ ।

• ଏହା ପରେ ‘କ୍ୟାସ୍ ଅନ୍ ଡେଲିଭରୀ’ ବିକଳ୍ପ ରଖି ପେମେଂଟ୍ କରିବେ ।

ଏସଏମଏସ୍ ଜରିଆରେ କିପରି କରିବେ ଅର୍ଡର୍ :

• ଇଂରାଜୀରେ ‘ମିଲ୍’ ଲେଖି ଗୋଟିଏ ସ୍ପେସ୍ ଦେଇ ପିଏନଆର୍ ନମ୍ବର ଲେଖି ୧୩୯ରେ ପଠାଇବେ ।

• ଏହା ପରେ ଆପଣଙ୍କ ଓଟିପି ଲେଖି ଅର୍ଡରକୁ ଭେରିଫାଏ କରିବେ ।

• ଅର୍ଡର୍ ଗ୍ରହଣ କରିବା ପରେ ପେମେଂଟ୍ କରିବେ ।

ସୌଜନ୍ୟ : ହିନ୍ଦୁସ୍ତାନଟାଇମ୍ସ