କମୁଛି ଜଳସ୍ତର, କମୁନି ଦୁର୍ଦ୍ଦଶା ! ତଳିଆ ଅଂଚଳ ଲୋକଙ୍କୁ କଲବଲ କରୁଛି ସୁବର୍ଣ୍ଣରେଖା ଓ ବୈତରଣୀ ବନ୍ୟା ପାଣି

32

କନକ ବ୍ୟୁରୋ : ବର୍ଷା ହେଲା, ସୁବର୍ଣ୍ଣରେଖାରେ ବନ୍ୟା ଆସିଲା । ଏବେ ବର୍ଷା କମିଛି, ସୁବର୍ଣ୍ଣରେଖା ଶାନ୍ତ ହେଉଛି। ହେଲେ ବନ୍ୟା ପାଣି କିନ୍ତୁ ଗାଁ ଛାଡିନି। ବାଲେଶ୍ୱର ଜିଲ୍ଲାର ୪ ଟି ବ୍ଲକର ପ୍ରାୟ ଶହେଟି ଗାଁ ଏବେ ବି ପାଣି ଘେରରେ। ଦିନତମାମ୍ ଗାଁ ଲୋକେ ଯେଣ ତେଣ ପ୍ରକାରେ ପାଣି ସହ ଲଢେଇ କରୁଛନ୍ତି । ହେଲେ ରାତିହେଲେ ଚିନ୍ତା ବଢିଯାଉଛି। ଗତକାଲି ରାତିରେ ଗୋଳିପାଣିକୁ ପାର୍ କରି କନକ ନ୍ୟୁଜ୍ ପହଁଚିଥିଲା କିଛି ଗାଁରେ । ଦେଖନ୍ତୁ ଏହି ରିପୋର୍ଟ।