ବଲାଙ୍ଗୀର ଛତାପିପିଲିରେ ତାତିଲେ ଚାଷୀ । ମଣ୍ଡି ଭିତରେ ତହସିଲଦାର ଓ ଅଧିକାରୀଙ୍କୁ ପକାଇଲେ ତାଲା ।

113

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ଯୋଗୁଁ ତାତିଲେ ଚାଷୀ । ଟୋକନ ପାଇଁ ମଧ୍ୟ ମଣ୍ଡିରୁ ଧାନ ଉଠୁନଥିବାରୁ ବଲାଙ୍ଗୀର ଛତାପିପଲ ଚାଷୀମାନେ ମଣ୍ଡି ସମ୍ମୁଖରେ ପ୍ରତିବାଦ କରୁଥିଲେ । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାଇବାକୁ ପୁଇଁତଳା ତହସିଲଦାର, ଛତାପିପଲ ପେକ୍ସ ସଂପାଦପ ଧ ବଲାଙ୍ଗୀର ଏଆରସିଏସ ଯାଇଥିବା ବେଳେ ତାଙ୍କୁ ମଣ୍ଡି ଭିତରେ ତାଲା ପକାଇଦେଇଥିଲେ ଚାଷୀ ।