ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ଅଧିକ ତଦନ୍ତ ପାଇଁ କରଂଜିଆରେ ଝରାଫୁଲଙ୍କ ଘରେ ପହଚିଂଲା କୁଆଖିଆ ପୁଲିସ ।

281

କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଉପରୁ ଏଯାଏଁ ହଟିନି ରହସ୍ୟ । ମାମଲାର ଅଧିକ ତଦନ୍ତ ପାଇଁ ଝରାଫୁଲଙ୍କ କରଂଜିଆର ବୃନ୍ଦେଇପୋଷୀସ୍ଥିତ ଘରେ ପହଚିଂଛି କୁଆଖିଆ ପୁଲିସ । ଏସଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ୬ଜଣିଆ ଟିମ ତଦନ୍ତ ପାଇଁ ଯାଇଛନ୍ତି । ଝରାଫୁଲ ବାପା ମା ଓ ଭାଇଙ୍କୁ ପଚରାଉଚରା କରାଯାଇଛି । ଘରଲୋକଙ୍କୁ ଶେଷ କଲ ଝରାଫୁଲ କେବେ କରିଥିଲେ ଓ ଝରାଫୁଲ କଣ କହିଥିଲେ ସେନେଇ ପଚାର ବୁଝିଛି ପୁଲିସ ।

ଝରାଫୁଲ ମୃତ୍ୟୁ ମାମଲାରେ ପୁଲିସ ରାକେଶ ସ୍ୱାଇଁଙ୍କୁ ଗିରଫ କରିିଥିବା ବେଳେ ଏଯାଏ ସଫଳ ହୋଇପାରିନି କୁଆଖିଆ ପୁଲିସ । ଏହି ରହସ୍ୟମୟ ମୃତ୍ୟୁର ଖୁଲାସା କରିବା ପାଇଁ ରାକେଶକୁ ଜେରା କରୁଛି । ହେଲେ ଏବେ ବି ପୋଲିସ ଏହି ମୃତ୍ୟୁର ଖୁଲାସା କରିବାରେ ବିଫଳ ହୋଇଛି ।