ରିଲିଜ ହେଲା ‘ଭାଗମତୀ’ର ପୋଷ୍ଟର । ନୂଆ ଲୁକରେ ଘାଇଲା କଲେ ଦେବସେନା

43

ବହୁ ଚର୍ଚ୍ଚିତ ସିନେମା ‘ବାହୁବଳୀ’ ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ କମ ହେବ । କାରଣ ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗଥିବା ସିନେମା ବାହୁବଳୀକୁ ଦର୍ଶକେ ଭୁଲି ପାରିନାହାନ୍ତି । ଫିଲ୍ମର କାହାଣୀ ସହିତ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ବାଧ୍ୟ କରିଥିଲା ଫିଲ୍ମର ପ୍ରଶଂସା କରିବାକୁ । ଏହା ସହିତ ଫିଲ୍ମରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅନୁଷ୍କାଙ୍କୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ତେବେ ଦେବସେନଙ୍କ ଆଗାମୀ ଫିଲ୍ମର ଲୁକ ଏବେ ସାମ୍ନାକୁ ଆସିଛି । ତାଙ୍କର ଆଗାମୀ ଫିଲ୍ମ ‘ଭାଗମତୀ’ର ପୋଷ୍ଟର ରିଲିଜ ହୋଇଛି । ଏହା ପୂର୍ବରୁ ଫିଲ୍ମର ଏକ ୩୦ ସେକେଣ୍ଡର ଟିଜର ମଧ୍ୟ ସାମ୍ନାକୁ ଆସିଥିଲା । ଅଶୋକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାମିଲ,ତେଲୁଗୁ ଏବଂ ମଲାୟାଲାମ ଭାଷାରେ ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଏକ ଥ୍ରିଲର ଫିଲ୍ମ ବୋଲି ଶୁଣିବାକୁ ମିଳୁଛି ।

ଫିଲ୍ମରେ ଅନୁଷ୍କାଙ୍କ ଅପୋଜିଟରେ ଉନ୍ନି ମୁକୁନ୍ଦନ ନଜର ଆସିବେ । ବଡ଼ ବଜେଟର ଏହି ଫିଲ୍ମ ୨୬ ଜାନୁୟାରୀରେ ରିଲିଜ ହେବ । ତେବେ ଟିଜରରେ ଅନୁଷ୍କା ଭୟଙ୍କର ଭାବେ ଆଘାତ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଫିଲ୍ମର ଟିଜର ଦେଖିବା  ପରେ ଲାଗୁଛି ଫିଲ୍ମଟି ଜବରଦସ୍ତ ଆକ୍ସନରେ ଭରି ରହିଛି ।