ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ । ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

141

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ଦଳ ପକ୍ଷରୁ ଦୁଇ ଓପନର ମୈଦାନକୁ ଓହ୍ଲାଇବେ । ଆଜିର ମ୍ୟାଚରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ ।

ଏହି ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜର ୨ଟି ମ୍ୟାଚ ଖେଳ ସରିଛି । ୧-୧ରେ ବର୍ତ୍ତମାନ ସିରିଜ ବରାବର ରହିଛି । ତେଣୁ ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ଆଗୁଆ ରହିବାକୁ ଚେଷ୍ଟା କରିବେ । ପୂର୍ବ ମ୍ୟାଚରେ ଇଶାନ କିଷାନ, ରିଷବ ପନ୍ତ ଓ ବିରାଟ କୋହଲିଙ୍କ ଦମଦାର ପାଳି ଦେଖିବାକୁ ମିଳିଥିଲା ।