କେନ୍ଦ୍ରର ଦ୍ୱାରସ୍ଥ ହେଲା ବିଜେପି ସଂସଦୀୟ ଦଳ । ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ କରାଇଲେ ଅବଗତ

75

କନକ ବ୍ୟୁରୋ : ମଣ୍ଡିରୁ ଧାନ ସଂଗ୍ରହ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କେନ୍ଦ୍ରର ଦ୍ୱାରସ୍ଥ ହୋଇଛନ୍ତି ବିଜେପି ସଂସଦୀୟ ଦଳ । କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୁଷ ଗୋଏଲକୁ ଭେଟି ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ସଂସଦୀୟ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଥିସହ କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ଟିମ୍ ସ୍ମାରକ ପତ୍ର ପ୍ରଦାନ କରିଛି ।

ଧାନ କିଣା ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ ସହ ନିର୍ଦ୍ଦେଶ ଦେବାକୁ ସାଂସଦ ଦାବି କରିଛନ୍ତି । ଓଡ଼ିଶାରେ ବିକ୍ରି ହୋଇପାରିନଥିବା ଧାନ ଶିଘ୍ର କ୍ରୟ କରିବାକୁ ଦାବି ହୋଇଛି । ସେପଟେ ଏହି ପ୍ରସଙ୍ଗରେ ଚାଷୀ ରାଜ୍ୟ ସରକାର ବିଭ୍ରାନ୍ତି କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରରୁ ଗୋଟେ ଟିମ୍ ଓଡିଶା ପଠାଇ ତଦନ୍ତ କରିବାକୁ ଦାବି କରିଛନ୍ତି ସାଂସଦ ।