ଏମିତି ଡାକ୍ତରକୁ ଦୁରୁଜୁହାର ! ଚିକିତ୍ସା କଲେନି, ବେଡ ଉପରେ ପକାଇ ରୋଗୀଙ୍କୁ ମାଡ ମାରିଲେ । ଦେଖନ୍ତୁ ଭିଡିଓ

1,016

ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ରୂପ ବୋଲି କୁହାଯାଏ । କିନ୍ତୁ ଡାକ୍ତର ଯେତେବେଳେ ସଇତାନ ପାଲଟିଯାଏ ସେତେବେଳେ ସ୍ଥିତି କିଛି ଏମିତି ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଉ ଏଭଳି ଏକ ନୃଂଶସ ଡାକ୍ତରଙ୍କ କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଡାକ୍ତର ଚିକିତ୍ସା କରିବା ବଦଳରେ ରୋଗୀଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଛି । ଭିଡିଓଟି ରାଜସ୍ଥାନର ସବୁଠୁ ବଡ ହସ୍ପିଟାଲ ସୱାଇ ମାନସିଂହ ହସ୍ପିଟାଲର ବୋଲି ଜଣାପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସୱାଇ ମାନସିଂହ ହସ୍ପିଟାଲର ଡାକ୍ତର ରୋଗୀଙ୍କୁ ବେଡ ଉପରେ ପକାଇ ମାଡ ମାରୁଥିବାର ଦେଖିବାକୁ ମିଳିଛି । ସାଥୀ ଡାକ୍ତର ଅଟକାଇଥିଲେ ମଧ୍ୟ ମାଡ ମାରିବାରୁ ବିରତ ହୋଇନଥିଲେ ଡାକ୍ତର । ଚିକିତ୍ସା ବଦଳରେ ରୋଗୀକୁ ମାଡ ଖାଇବାକୁ ପଡିଥିଲା । ତେବେ ଡାକ୍ତର ଜଣକ କାହିଁକି ରୋଗୀ ଜଣଙ୍କୁ ମାଡ ମାରୁଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଘଟଣାର ରିପୋର୍ଟ ମାଗିବା ସହ ଯାଞ୍ଚ କରିଛନ୍ତି ।   କେଉଁ ପରିସ୍ଥିତିରେ ଡାକ୍ତର ଜଣକ ରୋଗୀଙ୍କୁ ମାଡ ମାରୁଥିଲେ ତାହାର ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଏହାକୁ କେହି ଜଣେ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ।