ହାତରେ ନୁହେଁ, ଆଖିରେ ! ୧୨ ବର୍ଷର ଏହି ଶିଶୁ ଆଖିରେ ଲେଖିଲା ପୁରା ପୁସ୍ତକ, ହାର ମାନିଲା ଶାରୀରିକ ଅକ୍ଷମତା ।

33

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଶିଶୁ ନିଜର ଶାରୀରିକ ଅକ୍ଷମତାକୁ ନିଜ ରାସ୍ତାରେ ଆସିବାକୁ ଦେଇ ନାହିଁ । ୧୨ବର୍ଷ ବୟସରେ ଏହି ଶିଶୁ ଏଭଳି ଏକ କାମ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ ।

ପ୍ରକାଶିତ ଖବର ମୁତାବକ, ଇଂଲଣ୍ଡରେ ରହୁଥିବା ୧୨ବର୍ଷର ଜୋନାନାଥ ବ୍ରାଉନଙ୍କ ମା’ ଯେତେବେଳେ ସାତମାସର ଅନ୍ତସତ୍ତ୍ୱା ଥିଲେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ପେଟରେ ଥିବା ଜୋନାନାଥଙ୍କ ଉପରେ ଗମ୍ଭୀର ଆଘାତ ଲାଗିଥିଲା । ଜନ୍ମ ପରେ ଜୋନାନାଥ ସେରେବ୍ରେଲ ପାଲ୍ସି ନାମକ ଗୁରୁତର ରୋଗରେ ପୀଡିତ ହୋଇଥିଲେ ବୋଲି ଡାକ୍ତର କହିଥିଲେ । ଏହି ରୋଗ କାରଣରୁ ଜୋନାନାଥଙ୍କୁ ହୁଇଲ ଚେୟାରରେ ରହିବାକୁ ପଡ଼ିଲା । ବଡ଼ ହେବା ପରେ ଜୋନାନାଥନ୍ କଥା ହୋଇପାରିଲେ ନାହିଁ କି ଚଲାବୁଲା ବି କରି ପାରିଲେ ନାହିଁ ।

ଏହାପରେ ମା’ଜୋନାନାଥଙ୍କୁ ହାର ନ ମାରି ମନରେ ଆତ୍ମବିଶ୍ୱାସ ରଖିବାକୁ କହିଥିଲେ । ଆଖି ଜରିଆରେ କଥାବାର୍ତ୍ତା କିପରି କରିବାକୁ ହେବ ମା’ଜୋନାନାଥଙ୍କୁ ଶିଖାଇଥିଲେ । ଜୋନାଥନଙ୍କୁ ମା’ଙ୍କ ଠାରୁ ମିଳିଥିବା ଏହି ଅଦ୍ଭୁତ ଶକ୍ତିକୁ ଆଧାର କରି ଅନ୍ୟମାନଙ୍କ ପ୍ରତି ନିଜ ଭାବନାକୁ ପ୍ରକାଶ କରି ଏକ ପୁସ୍ତକ ଲେଖିବା ପୂରା କରିଛି । କୁହାଯାଉଛି କି ଜୋନାଥନ୍ ନିଜ ଆଖି ସାହାଯ୍ୟରେ ଏହି ପୁସ୍ତକ ଲେଖିଛନ୍ତି । ଜୋନାଥନ୍ ଏହି ପୁସ୍ତକର ନାମ ‘ଆଇ କ୍ୟାନ୍ ରାଇଟ୍’ ବୋଲି ରଖିଛନ୍ତି ।ଜୋନାଥନଙ୍କ ଏହି ପୁସ୍ତକ ସେହି ଲୋକମାନଙ୍କ ପାଇଁ ପ୍ରେରଣା ହୋଇ ରହିବ, ଯେଉଁମାନେ ଶାରୀରିକ ଭାବେ ଅକ୍ଷମ ଓ ଗମ୍ଭୀର ରୋଗରେ ପୀଡ଼ିତ ଥିବା ହେତୁ ଚଲାବୁଲା କରି ପାରନ୍ତି ନାହିଁ । ଗତବର୍ଷ ଜୋନାଥନଙ୍କୁ ପ୍ରିନ୍ସ ଓ୍ୱିଲିଅମ୍ସ ଓ ପ୍ରିନ୍ସ ହେରି ସମ୍ମାନିତ କରିଥିଲେ ।