ଥାନାରେ ଚାକିରି ଦେବାକୁ କହି ଥାନା କର୍ମଚାରୀଙ୍କ ହାତରେ ଧରାପଡ଼ିଲେ ଧୁରନ୍ଧର ଠକ ! ଲକ୍ଷାଧିକ ଟଙ୍କା ହଜମ୍ କରିଥିବା ଅଭିଯୋଗ,ରିଙ୍ଗ ମାଷ୍ଟରକୁ ଖୋଜୁଛି ପୁଲିସ୍

47

କନକ ବ୍ୟୁରୋ : ଠକ ଦେଉଛି ପୋଲିସ ଚାକିରି । ଥାନାରେ ଚାକିରି ଦେବାକୁ କହି ଥାନା କର୍ମଚାରୀଙ୍କ ହାତରେ ଧରାପଡିଲେ ଧୁରନ୍ଦର ଠକ । ବିଟେକ ପାଠପଢୁଆ ଠକ ଚାକିରି ନାଁରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆସିଛି । କାହାକୁ ଥାନାରେ ଚାକିରି ଦେବ ତ ପୁଣି ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ କହି ଭୁଆଁ ବୁଲାଇଛି । ଭୁବନେଶ୍ୱର ଡମଣା ଗାଁର ଜଣେ ଦୋକାନୀଙ୍କ ପୁଅକୁ ଚାକିରି କରାଇ ଦେବ କହି ଅଗ୍ରିମ ୪୦ହଜାର ଟଙ୍କା ନେଇ ଫେରାର ହେବା ପରେ ଏହି ଠକକୁ ଆଜି କାବୁ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନିୟ ବାସିନ୍ଦା । ତେବେ ଚାକିରି ପାଇଁ ଟଙ୍କା ନେବାକୁ ଆସି ନିଜେ ଫଶି ଯାଇଛି ଏହି ଠକ ।

ଏମିତି ସେମିତି ଚାକିରି ନୁହେଁ ବରଂ ଠକ ଦେଉଛି ପୁଲିସ ଚାକିରି । ଖାଲି ପୁଲିସ କାହିଁକି ସେଂଟ୍ରାଲ ଗମେଣ୍ଟରେ ବି ଚାକିରି ଦେବାକୁ ମନା କରୁନି । ଯାହାକୁ ଯେଉଁ ଚାକିରି ଦରକାର ମିଳିବ କିନ୍ତୁ ଏଥିପାଇଁ ଏହି ଠକକୁ ଟଙ୍କା ଦେବାକୁ ପଡିବ । ପୁଲିସ ଚାକାରି କରାଇ ଦେବା କହି ଶ୍ରୀବନ୍ତ ନାମକ ଜଣେ ଛାତ୍ରଙ୍କୁ ଚୁନା ଲଗାଇବା ଆଗରୁ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଛି ଏହି ଠକ ଧୁରନ୍ଧର । ଆଉ ପୁଲିସ ଚାକିରି ବିକ୍ରି କରୁଥିବା ଏହି ଠକକୁ ଥାନାକୁ ଉଠାଇ ନେଇଛି ପୁଲିସ ।

ଏହି ଠକର କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେବଳ ଚୁନା ଲଗାଇବା ଆଗରୁ ଇଏ ଧରା ପଡିନି ବରଂ ବହୁତ ଲୋକଙ୍କୁ ଚୁନା ଲଗାଇ ଫେରାର ବି ହୋଇ ଯାଇଥିଲା ଏହି ଠକ । ଭୁବନେଶ୍ୱରର ଡମଣା ଅଂଚଳରେ ଜଣେ ଦୋକାନୀ ଅରକ୍ଷିତ ମହାକୁଡଙ୍କ ପୁଅକୁ ଚାକିରୀ କରାଇ ଦେବ କହି ଆଗୁଆ ୪୦ ହଜାର ଟଙ୍କା ନେଇ ହଜମ କରିଥିବା ଅଭିଯୋଗ ହୋଇଛି । ଏହି ଠକ ଓସ୍ତାତ ଏକା ନୁହେଁ ବରଂ ତାର କିଛି ସାଙ୍ଗଙ୍କ ସହ ସେ ମିଳିମିଶି ସବୁ ଟଙ୍କା ହଜମ କରିଥିବା ନିଜେ ସ୍ୱୀକାର କରିଛି ।

-କନସେଲଟାନ୍ସି ଏଜେନ୍ସି ନହୋଇ ଚାକିରି ପାଇଁ କାହିଁକି ଟଙ୍କା ନେଇଥିଲା ଯୁବକ ?
-ଅରକ୍ଷିତଙ୍କ ଭଳି ଏମିତି କେତେ ଲୋକଙ୍କୁ ଚୁନା ଲଗାଇଛନ୍ତି ଏହି ଠକ ଓସ୍ତାତ ?
-ଏହି ଗ୍ୟାଙ୍ଗର ରିଙ୍ଗ ଲିଡର ଓ ମାଷ୍ଟର ମାଇଣ୍ଡ ଗଲେ କୁଆଡେ ?
ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବାଙ୍କି ଅଂଚଳର ଏହି ଠକକୁ ନେଇ ତଦନ୍ତ ଜାରି ରଖିଛି ପୁଲିସ ।