ଓଡ଼ିଶା ରାଜନୀତିରେ ଦୁଇ ଦଶନ୍ଧିର ଅକୁହା କଥା : ନବୀନଙ୍କ ସଂପର୍କରେ ବହୁ ଅଜଣା କଥା କହିଲେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି

70

କନକ ବ୍ୟୁରୋ : ରାଜନୀତି ଦୁନିଆରୁ ବେଶ ଦୂରରେ ରହୁଥିବା ନବୀନ କେନ୍ଦ୍ରମନ୍ତ୍ରୀ ହେବାର କିଛି ବର୍ଷ ପରେ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏହାରି ଭିତରେ ଅନେକ ବର୍ଷ ବିତି ଯାଇଛି । ଆଜି ବି ନବୀନ ନଟ ଆଉଟ । ଆଉ ଏହାସହ ନବୀନଙ୍କ ଲୋକପ୍ରିୟତା ଯେତିକି ବଢିଛି ହେଲେ ଆଜି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ନବୀନଙ୍କ ଜୀବନୀ ଉପରେ ଏଭଳି ଏକ ପୁସ୍ତକ ରଚନା କରିଛନ୍ତି ଯାହା ନବୀନ ପଟ୍ଟନାୟକଙ୍କ ଏମିତି କିଛି ଚିତ୍ର ଓ ଚିରିତ୍ରକୁ ସାମ୍ନାକୁ ଆଣିବ ଯାହା ଆପଣମାନେ କେବେ ଜାଣି ନଥିବେ ।

ରାଜନୀତିରେ ସଫଳତା ପରେ ସଫଳତା ପାଇ ଚାଲିଥିବା ନବୀନ, ରାଜନୀତି ଜୀବନ ଆରମ୍ଭରୁ ହିଁ ଶାସନ ଓ କ୍ଷମତାର ଲଢେଇକୁ ବେଶ ଭଲରେ ବୁଝି ସାରିଥିଲେ । ସମ୍ଭବତଃ ସେ ପ୍ରଥମରୁ ହିଁ ଜାଣିଥିଲେ ଦଳକୁ ମଜଭୁତ କରିବାକୁ ହେଲେ ତାଙ୍କୁ ଆଗକୁ ଆସିବାକୁ ପଡ଼ିବ ଓ ଦୃଢ଼ ନିଷ୍ପତି ନେବାକୁ ପଡ଼ିବ । ରୁବେନ ବାନାର୍ଜି ତାଙ୍କ ପୁସ୍ତକରେ ଏହି କଥା ଉଲ୍ଲେଖ କରିଛନ୍ତି । ବିଜେଡି ଗଠନ ବେଳେ କିଛି ସର୍ତ୍ତ ରଖିଥିଲେ ନବୀନ । ଦଳୀୟ ଟିକେଟ ଠାରୁ ଆରମ୍ଭ କରି ରାଜନୈତିକ ନିଷ୍ପତ୍ତି ପର୍ଯ୍ୟନ୍ତ ସବୁ କିଛିର ଚୂଡାନ୍ତ କ୍ଷମତା ତାଙ୍କ ପାଖରେ ହିଁ ରଖିବା ପାଇଁ ଚାହିଁଥିଲେ ନବୀନ । ଏହି ଆଧାରରେ ହିଁ ବିଜେଡିର ସମ୍ବିଧାନ ତିଆରି ହେଲା ।

ଏହି କ୍ଷମତାର ପ୍ରଥମ ଝଲକ ୨୦୦୦ ମସିହାରେ ହିଁ ପ୍ରତଫଳିତ ହୋଇଥିଲା । ବିଜେଡି ଗଠନ ବେଳେରୁ ହିଁ ନବୀନଙ୍କ ଏକାନ୍ତ ସହଯୋଗୀ ଥିବା ବିଜୟ ମହାପାତ୍ରଙ୍କୁ ଏହାର ଫଳ ଭୋଗିବାକୁ ପଡିଥିଲା । ୨୦୦୦ ମସିହା, ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ନାମଙ୍କନ ଦାଖଲ କରିସାରିଥିବା ବିଜୟ ମହାପାତ୍ର, ନବୀନଙ୍କୁ ନ ନେଇ ହୋଟେଲ ନ୍ୟୁମେରିୟନରେ ଦଳର ରାଜନୈତିକ ବ୍ୟାପାର ବୈଠକ ଜାରି ରଖିଥିଲେ । ଅପରାହ୍ନ ୨ଟା ବେଳକୁ ହଠାତ ବିଜୟଙ୍କ ମୋବାଇଲ ବାଜି ଉଠିଲା । ଆଉ ପାଟକୁରାରର ଜଣେ ସମର୍ଥକ ଗମ୍ଭୀର ସ୍ୱରରେ କହିଥିଲେ ଯେ ବିଜୟ ମହାପାତ୍ରଙ୍କ ଟିକେଟ କାଟି ଦିଆଯାଇଛି । ରାଜନୀତିରେ ନୂଆ ଥିବା ନବୀନ ସବୁବେଳେ ନିଜକୁ ନବାଗତ ଓ ସରଳ ଭାବେ ହିଁ ଚିତ୍ରଣ କରୁଥିଲେ । ହେଲେ ଏହାରି ଭିତରେ କିନ୍ତ ସବୁ ଘଟଣାକୁ ସତର୍କତାର ସହ ବିଚାର କରି ବଡ ରାଜନୈତିକ ନିଷ୍ପତ୍ତି ନେବା ଆରମ୍ଭ କରିସାରିଥିଲେ ଓଡିଶାର ଏହି ନୂଆ ମୁଖ୍ୟମନ୍ତ୍ରୀ ।

source : Pragativadi

ଅମଲାଙ୍କୁ ନେଇ ନବୀନଙ୍କ ଶାସନ ଚାଲେ । ବିରୋଧୀଙ୍କ ମୁହଁରୁ ନବୀନଙ୍କ ବିରୋଧରେ ଏମିତି ଅନେକ ଅଭିଯୋଗ ଆପଣ ଶୁଣିଥିବେ । ହେଲେ ନବୀନଙ୍କ ଜୀବନ ପୁସ୍ତକ ଯାହା କହିଛି, ତାହା ଶୁଣିଲେ ରାଜନୀତିର ଏହି ଧୂରୀଣ ଖେଳାଳିଙ୍କ ବିଷୟରେ କିଛି ନୂଆ ତଥ୍ୟ ଜାଣିପାରିବେ । ରୁବେନ ବାନାର୍ଜୀଙ୍କ ପୁସ୍ତକ ଅନୁସାରରେ ଶାସନ ଆରମ୍ଭରୁ ଦକ୍ଷତା ଅଭାବରୁ ବହୁ ବରିଷ୍ଠ ଆଇଏଏସ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ ପଟ୍ଟନାୟକ । ବହୁ ଆଇଏଏସ ଅଧିକାରୀଙ୍କ ସରକାରୀ ଗାଡି ବାତିଲ କରିବା ସହ ନବୀନ ଅମଲାମାନଙ୍କୁ କହିଥିଲେ ‘ଆପଣଙ୍କ କାମ ନାହିଁ, ତେଣୁ କାରର କୌଣସି ଆବଶ୍ୟକତା ନାହିଁ’ । କାର୍ଯ୍ୟ ଦକ୍ଷତାକୁ ନେଇ ନବୀନ ଯେତିକି ଚର୍ଚ୍ଚିତ ହୋଇ ଚାଲିଥିଲେ । ନିଜର ସରଳ ଜୀବନ ଶୈଳୀ ଓ ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ବି ସେତିକି ଚର୍ଚ୍ଚିତ ଥିଲେ ।

source : Telugu360.com

ରୁବନେ ବାନାର୍ଜୀଙ୍କ ପୁସ୍ତକରେ ନବୀନ କଣ ଖାଆନ୍ତି,କେମିତି ରୁହନ୍ତି ଓ କାହା ସହିତ ମିଶନ୍ତି ତାହା ମଧ୍ୟ ଉଲ୍ଲେଖ ରହିଛି । ସକାଳୁ କମଳା ଜୁସ କିମ୍ବା କଫିରୁ ନବୀନଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ । ପ୍ରତିଦିନ ୧୧ଟା ବେଳେ ସଚିବାଳୟକୁ ବାହାରି ଯାଆନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ଗୋଟଏ ଗ୍ଲାସ ପଇଡ ପାଣି ପିଅନ୍ତି ନବୀନ । ମଧ୍ୟାହ୍ନରେ ଖେଚିଡି, ଦହି ଓ ସୁପ୍ ପିଇବାକୁ ପସନ୍ଦ କରନ୍ତି । ରାତିରେ କିନ୍ତୁ ଗରିଷ୍ଠ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନବୀନ ପଟ୍ଟନାୟକ ।ବ୍ୟକ୍ତିଗତ ଜୀବନ ହେଉ ଅବା ରାଜନୈତିକ ଜୀବନରେ ନବୀନ ସବୁବେଳେ ସରଳାତାକୁ ବିଶ୍ୱାସ କରନ୍ତି । ରୁବେନଙ୍କ ପୁସ୍ତକ ସାମ୍ନାକୁ ଆସିଲେ ନବୀନଙ୍କ ବିଷୟରେ ଜାଣିବାକୁ ଚାହିୁଁଥିବା କୋଟି କୋଟି ଲୋକ ଅନେକ କିଛି ଅକୁହା କଥା ଜାଣିପାରିବେ ।