ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିିଜେଡିର ଜନସମ୍ପର୍କ ପଦଯାତ୍ରା । ସହରାଞ୍ଚଳ ସମେତ ପଞ୍ଚାୟତ ସ୍ତରରେ ପଦଯାତ୍ରା ହେବ

86

କନକ ବ୍ୟୁରୋ : ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡ଼ି କରିବ ଶକ୍ତି ପ୍ରଦର୍ଶନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡ଼ି ୨୯ ଓ ୩୦ ତାରିଖରେ ପ୍ରତିନିଧି ସମ୍ମିଳନୀ କରିବ । ବରମୁଣ୍ଡା ପଡ଼ିଆରେ ଆୟାଜନ ହେବ ଏହି ସମ୍ମିଳନୀ । ୨୯ ତାରିଖରେ ଯୁବ, ଛାତ୍ର, ମହିଳାର ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଂଗଠନର ପ୍ରତିନିଧିଙ୍କୁ ନେଇ ହେବ ବୈଠକ । ଯେଉଁଥିରେ ୨ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

୩୦ ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଳ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସଚେୟାରମ୍ୟାନ ଉପସ୍ଥିତ ରହିବେ । ସେହିପରି ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟର ମାନେ ଉପସ୍ଥିତ ରହିବେ । ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଞ୍ଚାଯିବ ସେନେଇ ୨ ଦିନିଆ ଆଲୋଚନା ହେବ । ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ଏହି ପଦଯାତ୍ରା କରାଯିବ । ପ୍ରତି ୱାର୍ଡ଼ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ମ୍ୟୁନସିପାଲଟି ସ୍ତରର ଏହି କାର୍ଯ୍ୟକ୍ରମ କରାଯିବ ।