ଧନତେରସ୍ ଅବସରରେ ଠାକୁରଙ୍କ ବଦଳରେ ସୁନା ଏବଂ ଚାନ୍ଦି ବିସ୍କେଟରେ ଲାଗିଲା ପ୍ରଧାନମନ୍ତ୍ରୀଙ୍କ ଚିତ୍ର ! ବିସ୍କେଟ୍ କିଣିବାକୁ ଦୋକାନରେ ଲାଗିଲା ଲୋକଙ୍କ ଭିଡ ।

100

ଧନତେରସ୍ ଅବସରରେ ସୁନା କିଣିବାକୁ ଶୁଭ ମନାଯାଏ । କିଛି ଲୋକ ଗହଣା ତ ଆଉ କିଛି ଲୋକ ସୁନାରେ ତିଆରି ଲକ୍ଷ୍ମୀ ଗଶେଶଙ୍କ ବିସ୍କେଟ୍ କିଣିଥାନ୍ତି । ଲାଭ ପାଇବା ଆଶାରେ ଦୋକାନୀ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଆପଣାଇଥାନ୍ତି । ଇତ୍ୟ ଅବସରରେ ସୁରତରେ କିଛି ଗହଣା ଦୋକାନୀ ଏଭଳି ସୁନା ଏବଂ ଚାନ୍ଦୀର ବିସ୍କେଟ୍ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଲକ୍ଷ୍ମୀ ଗଶେଶଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିତ୍ର ରହିଅଛି ଏବଂ ଏହି ବିଟ୍ରେ ଡିମାଣ୍ଡ ବି ଅଧିକ ଅଛି । ଗ୍ରାହକ ଏହି ବିସ୍କେଟକୁ କିଣିବା ପାଇଁ ଦୋକାନରେ ଭିଡ ଲଗାଉଛନ୍ତି । କେବଳ ମୋଦି ନୁହଁନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେଇଙ୍କ ଚିତ୍ର ପ୍ରସ୍ତୁତ ହୋଇଥିବା ସୁନା ବିସ୍କେଟ୍ ମଧ୍ୟ ଦୋକାନରେ ରହିଛି ।

 

ସୁରତର ବିଭିନ୍ନ ଦୋକାନରେ ସୋ କେସରେ ସୁନା ଏବଂ ଚାନ୍ଦିରେ ବିସ୍କେଟରେ ପ୍ରସ୍ତୁତ ହୋଇଥିବା ମୋଦିଙ୍କ ଚିତ୍ର ରହିଛି । ଯାହା ଗ୍ରାହକଙ୍କୁ ଏଥିପ୍ରତି ଆକୃଷ୍ଟ କରୁଛି । ୧୦ ଗ୍ରାମରୁ ଆରମ୍ଭ କରି ୧ କିଲୋ ପର୍ଯ୍ୟନ୍ତ ଏହି ବିସ୍କେଟର ଦାମ୍ ରହିଛି । ଲୋକଙ୍କ କହିବାନୁସାରେ ମୋଦି ଦେଶ ପାଇଁ ବହୁତ କିଛି କରିଛନ୍ତି ତେଣୁ ତାଙ୍କୁ ପୁଜା କରିବାରେ ସେମାନେ ସଂଙ୍କୋଚ କରିବେ ନାହିଁ ।