କିଏ କହୁଛି ସତ, କପିଲ ନା କେଜ୍ରିୱାଲ? ନିଲମ୍ବିତ ମନ୍ତ୍ରୀଙ୍କ ଲାଂଚ ଅଭିଯୋଗ ନେଇ ଆଜି ବସୁଛି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେସନ

29

କନକ ବ୍ୟୁରୋ : ନୀରବତା ଭାଙ୍ଗିଲେ ଅରବିନ୍ଦ କେଜ୍ରିୱାଲ । ନିଲମ୍ବିତ ନେତା କପିଲ ମିଶ୍ରା ଆଣିଥିବା ଲାଂଚ ଅଭିଯୋଗର ଟ୍ୱିଟ କରି ରଖିଲେ ସଫେଇ । ଟ୍ୱିଟର ପୋଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସତ୍ୟ ସାମ୍ନାକୁ ଆସିବ ।

ଏଥିପାଇଁ ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେସନ ଡକାଯାଇଥିବା ନିଜ ଟ୍ୱିଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି କେଜ୍ରିୱାଲ । ଏହି ଅଧିବେସନରେ କପିଲ ମିଶ୍ରା ଆଣିଥିବା ଲାଂଚ ଅଭିଯୋଗ ଉପରେ ସଫେଇ ରଖିପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ହେଲେ ଆପ ସରକାରଙ୍କୁ ବିଧାନସଭାରେ ଘେରିବାକୁ ପ୍ରସ୍ତୁତି କରିଛି ବିରୋଧୀ ବିଜେପି ।