ସୁଟିଂ ସେଟକୁ କାହିଁକି ଆସିଲେ ପତ୍ନୀ ! ଚମକି ପଡିଲେ ସୁନୀଲ ସେଟ୍ଟୀ

42

ଅଭିନେତା ସୁନୀଲ ସେଟ୍ଟୀ । ନିଜର ଏକ ଟିଭି ଶୋ’ ସୁଟିଂ ସମୟରେ ଅଚାନକ ନିଜ ସ୍ତ୍ରୀକୁ ଦେଖି ଚମକି ପଡିଲେ । ହଠାତ୍ କାହିଁକି ସେ ଏଠି ବୋଲି ଭାବିଲେ । ପରେ ଅସଲ କାରଣ ଜାଣିପାରିଲେ ।

ଅନ୍ନା ନାମରେ ପରିଚିତ ସୁନୀଲ ଏହି ସମୟରେ ରିୟଲିଟି ଷ୍ଟଣ୍ଟ ଶୋ’ ‘ଇଣ୍ଡିଆଜ୍ ଅସଲ ଚମ୍ପିୟନ… ହେ ଦମ୍ ’ର ସୁଟିଂ କରୁଛନ୍ତି । ସୁନୀଲ ଟ୍ୱିଟ୍ କରି କହିଛନ୍ତି –‘ଯେତେବେଳେ ପତ୍ନୀ ଅଚାନକ ସେଟରେ ପହଁଚିଲେ ଏବଂ ‘ଇଣ୍ଡିଆଜ୍ ଅସଲି ଚମ୍ପିୟନର ପିଲାମାନଙ୍କ ଦମକୁ ଦେଖି ଚକିତ ହୋଇଗଲେ ’’ । ସୁନୀଲ ଏହି ଟିଭି ଶୋ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି ।