ଦିଲ୍ଲୀ ପୋଲିସର ବଡ ସଫଳତା ! ୨୬ ଜାନୁଆରୀରେ ଭାରତର ରାଜଧାନୀରେ ରକ୍ତର ହୋଲି ଖେଳିବାକୁ ଯୋଜନା କରିଥିଲେ ଜେସ୍ –ଏ-ମହମ୍ମଦର ଏହି ଦୁଇ ଆତଙ୍କବାଦୀ,ଗିରଫ କଲା ପୋଲିସ୍  । 

90

ଦିଲ୍ଲୀ ପୋଲିସ୍ ଏକ ବଡ ସଫଳତା ହାସଲ କରିଛି । ଆତଙ୍କ ସଂଗଠନ ଜେସ୍ –ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମିଲେଟ୍ରି ଇଣ୍ଟେଲିଜେନ୍ସରୁ ମିଳିଥିବା ଇନଫରମେସନ୍ ପରେ ପୋଲିସ୍ ଆତଙ୍କବାଦୀ ଅବଦୁଲ୍ ଲତିଫ୍ କୁ ପ୍ରଥମେ ଦିଲ୍ଲୀରୁ ଏବଂ ଏହାପରେ ଜାମ୍ମୁ-କାଶ୍ମୀରରୁ ଆତଙ୍କବାଦୀ ହିଲାଲକୁ ଗିରଫ କରିଛି ।

ପୋଲିସ୍ ମୁତାବକ ଏହି ଆତଙ୍କବାଦୀଙ୍କ ଟାର୍ଗେଟ୍ ୨୬ ଜାନୁଆରୀରେ ଦିଲ୍ଲୀର ଅନେକ ସ୍ଥାନରେ ବୋମା ବିସ୍ଫୋରଣ ଘଟଣା ଘଟାଇବାର ଥିଲା । ଭିଡ ଭିତରେ ଗ୍ରେନେଡ୍ ଆକ୍ରମଣର ବି ଏମାନେ ପ୍ଲାନିଙ୍ଗ୍ କରିଥିଲେ । ଏହି ସ୍ଥାନଗୁଡିକରେ ବିଭିନ୍ନ ମଲ୍ , ରାସ୍ତାଘାଟ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ମଧ୍ୟ ସାମିଲ ଥିଲା । ପୋଲିସ୍ କହିବା ମୁତାବକ ଏହି ଆତଙ୍କବାଦୀଙ୍କ ଟାର୍ଗେଟ୍ ରେ ଦିଲ୍ଲୀର ଲାଜପତ୍ ନଗର ଏବଂ ଇଷ୍ଟଦିଲ୍ଲୀରେ ଗ୍ୟାସ୍ ପାଇପ୍ ଲାଇନ୍ ଥିଲା । ସେମାନେ ଏହି ପାଇପ୍ ଲାଇନ୍ କୁ ମଧ୍ୟ ଉଡାଇବାକୁ ଚାହୁଁଥିଲେ । ଏହାସହ ସେଣ୍ଟ୍ରାଲ୍ ଦିଲ୍ଲୀର ବଜାର ମଧ୍ୟ ଏମାନଙ୍କ ନଜରରେ ଥିଲା ।

ସୁତ୍ର ମୁତାବକ,ଅବଦୁଲ୍ ଲତିଫ୍ ନିକଟରେ ହୋଇଥିବା ଶ୍ରୀନଗର ଏବଂ ଏହାର ଆଖପାଖ ଅଞ୍ଚଳର ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ମାଷ୍ଟର ମାଇଣ୍ଡ ଥିଲା । ଏହି ବ୍ୟକ୍ତି ଲଗାତାର ପାକିସ୍ତାନ ନାଗରିକ ତଥା ଜେସ୍ –ଏ-ମହମ୍ମଦର କମାଣ୍ଡର ଅବୁ ମାସ୍ ର ସଂପର୍କରେ ଥିଲା । ସେ ହିଁ ଦିଲ୍ଲୀରେ ରକ୍ତର ତାଣ୍ଡବ ଖେଳାଇବାକୁ ଦୁହିଁଙ୍କୁ ଆଦେଶ ଦେଇଥିଲା । ପୋଲିସ୍ ପାଖରେ ଆତଙ୍କୀଙ୍କ ଦୁଇଟି ଗ୍ରେନେଡ୍ , ୧ ପିସ୍ତଲ,୨୬ ହାତବୋମା ଏବଂ ୩ ଟି ରବର ଷ୍ଟାମ୍ପ ଜବତ କରିଛି ।