ସେବାଶ୍ରମରେ ଛାତ୍ର ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କ ବଡ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

102

କନକ ବ୍ୟୁରୋ : ସେବାଶ୍ରମ ଛାତ୍ର ମୃତ୍ୟୁ ଘଟଣା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ସହିତ ରୋଷେୟାକୁ କାର୍ଯ୍ୟରୁ ବାହାର କରିଛନ୍ତି । କିଛି ଦିନ ପୂର୍ବରୁ ମାଲକାନଗିରି କୋଲାଗୋଣ୍ଡା ସେବାଶ୍ରମର ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ।

ତେବେ କୌଣସି ଅଜଣା ରୋଗରେ ଛାତ୍ର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ଅବହେଳା ଯୋଗୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ଏନେଇ ବ୍ଲକ୍ ସମ୍ପ୍ରସାରଣ ଅଧିକାରୀ ଓ ମାଟ୍ରୋନ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।