ଜ୍ୱରରେ ପୀଡିିତ ମହାପ୍ରଭୁ ଶ୍ରୀଜଗନ୍ନାଥ : ସୁସ୍ଥ ହେବା ପାଇଁ ଆଜି ଦଶମୂଳ ଲାଗି

99

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶମୂଳ ଲାଗି ହୋଇଛନ୍ତି । ଦେବସ୍ନାନ ପୂଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡିିତ । ତେଣୁ ଜ୍ୱରରୁ ଉପଶମ ଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଏହି ଦଶମୂଳ ଲାଗି ହୋଇଥାଏ । ତେବେ ଏହି ଦଶମୂଳ ଗୁଡିକ ହେଉଛି ଶାଳପନ୍ନି, କୃଷ୍ଣପନ୍ନି , ଅଗବଥୁ, ଗମ୍ଭାରୀ , ପଣପଣା, ଲବିଙ୍ଗ କୋଳି, ବେଲ , ଅଙ୍କରାନ୍ତି , ଗୋଖରା ଓ ପାଟେଳି । ଶନିବାର ସଧ୍ୟାରେ ଶ୍ରୀମନ୍ଦିରର ବୈଦ୍ୟ ସେବକ ମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ପ୍ରସ୍ତୁତି କରି ଶ୍ରୀମନ୍ଦିର ଗାରଦରେ ଦାଖଲ କରିଛନ୍ତି । ତେବେ ଗତକାଲି ଆଶାଢ କୃଷ୍ଣ ଦଶମୀ ତିଥିରେ ଅଣସର ଗୃହରେ ମହାପ୍ରଭୁଙ୍କ ଚଳାବିଜେ ନୀତି ସମ୍ପନ୍ନ ହୋଇଛି । ବଡ ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଏବଂ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ ହୋଇଛନ୍ତି  ।