ପାକିସ୍ତାନ୍ କ୍ୟାବିନେଟରେ ହିନ୍ଦୁ ମନ୍ତ୍ରୀ ! ୨୦ବର୍ଷ ପରେ ବଦଳିଲା ଇତିହାସ

38

ଲଙ୍କାରେ ଶୁଭିଛି ରାମ ନାମ । ମୁସଲମାନ୍ ରାଷ୍ଟ୍ରରେ ହିନ୍ଦୁ ମନ୍ତ୍ରୀ । ଏପରି ଦେଖିବାକୁ ମିଳିଛି ପଡୋଶୀ ଦେଶ ପାକିସ୍ତାନରେ । ପ୍ରାୟ ଦୀର୍ଘ ଦୁଇ ଦଶନ୍ଧି ବର୍ଷ ପରେ ପାକିସ୍ତାନ୍ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଜଣେ ହିନ୍ଦୁ ସାଂସଦ ଦର୍ଶନ ଲାଲ୍ । ନୱାଜ୍ ଶରିଫ୍ ପଦ ଛାଡିବା ପରେ ସାହିଦ୍ ଖାକନ୍ ଅବାସୀ ହୋଇଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଶୁକ୍ରବାର ରାଷ୍ଟ୍ରପତି ମମନୁନ୍ ହୁସେନ୍ ୪୭ ସାଂସଦଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଥିଲେ । ଯେଉଁଥିରେ ସାମିଲ୍ ଥିଲେ ହିନ୍ଦୁ ମନ୍ତ୍ରୀ ଦର୍ଶନ ଲାଲ୍ ।

୬୫ ବର୍ଷୀୟ ଦର୍ଶନ ଲାଲ୍ ପେସାରେ ଜଣେ ଡାକ୍ତର । ବର୍ତ୍ତମାନ ଦର୍ଶନଲାଲ୍ ପାକିସ୍ତାନର ସମନ୍ୱୟ ପ୍ରଭାରୀ ଅଛନ୍ତି । ୨୦୧୩ରେ ଦର୍ଶନ ଲାଲ୍ ନୱାଜ୍ ଶରିଫଙ୍କ ଦଳ ପିଏମଏଲ୍ ପାର୍ଟିରୁ ଟିକେଟ୍ ପାଇ ଦ୍ୱିତୀୟ ଥର ବିଜୟ ହାସଲ କରି ସଂସଦ ଯାଇଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନ ସୁପ୍ରିମକୋର୍ଟ ପନାମା ପେପର୍ ଲିକ୍ ମାମଲାରେ ନୱାଜ ଶରିଫଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ଏହା ପରେ ନୱାଜ୍ ଶରିଫଙ୍କ ସ୍ଥାନରେ ସାହିଦ୍ ଖାକନ୍ ଅବାସୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦେଶର ଭାର ସମ୍ଭାଳିଛନ୍ତି ।