ସାଇକେଲିଂ କମାଇବ ହୃଦରୋଗ ! ନିୟମିତ ସାଇକେଲିଂ କରିବା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ।
ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ଭଲ ଉପାୟ । ଶରୀରକୁ ସୁସ୍ଥ ରଖିବା ସହ ଅବସାଦ, ଚାପ ଓ ଚିନ୍ତାକୁ ମଧ୍ୟ କମ କରିଥାଏ । ଆସନ୍ତୁ ଜାଣିବା ସାଇକେଲ ଚଲାଇବାର ଫାଇଦା ବିଷୟରେ ।
Kanak News is now on WhatsApp
Join and get latest news updates delivered to you via WhatsApp
-ସାଇକେଲିଙ୍ଗ ଏକ ଏରୋବିକ ବ୍ୟାୟାମ । ଯାହା ଶରୀରକୁ ଅନେକ ଲାଭ ମିଳିଥାଏ । ସାଇକେଲିଙ୍ଗ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ ଥାଏ । ସାଇକେଲ ଚଲାଇବା ଦ୍ୱାରା ସିରୋଟୋନିନ, ଡୋପାମାଇନ ଏବଂ ଫିନିଲିଥିଲାମାଇନ ପରି ରାସାୟନିକ ଉତ୍ପାଦନ ଶରୀରରେ ବୃଦ୍ଧି ଘଟିଥାଏ ଫଳରେ ମନ ଖୁସି ରହିବା ସହିତ ଚାପ ଦୂର ହୋଇଥାଏ ।
-ଲଗାତାର ସାଇକେଲ ଚଲାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ପୀଡା ସମସ୍ୟାରୁ ଆରାମ ମିଳିଥାଏ ।
-ମଧୁମେହ ରୋଗୀ ସାଇକେଲ ଚଲାଇବା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । ଟାଇପ-୧ ଶ୍ରେଣୀର ମଧୁମେହ ରୋଗୀ ଯଦି ଏକ ଘଂଟାରୁ ଅଧିକ ସାଇକେଲ ଚଲାନ୍ତି ତେବେ ସାଇକେଲ ଚଲାଇବା ସହିତ କାର୍ବେହାଇଡ୍ରେଟ ଯୁକ୍ତ ଆହାର ଖାଇବା ଉଚିତ ।
-ମଧୁମେହ ରୋଗୀ ଯଦି ନିୟମିତ ଭାବେ ଲମ୍ବା ସମୟ ଧରି ସାଇକେଲ ଚଲାଇଉଥାନ୍ତି ତେବେ ସାଇକେଲ ଚଲାଇବାର ପରେ କିମ୍ବା ପୂର୍ବରୁ ବ୍ଲଡ ସୁଗାର ଜାଂଚ କରିବା ଆବଶ୍ୟକ । ଏହି ଜାଂଚକୁ ଆପଣ ଫିଙ୍ଗର ଷ୍ଟିକ ଷ୍ଟାଇଲ ବ୍ଲଡ ଗ୍ଲୁକୋଜ ମିଟର ଦ୍ୱାରା କରିପାରିବେ ।
-ସାଇକେଲ ଚଲାଇବା ଦ୍ୱାରା ଆଣ୍ଠୁଗଣ୍ଠି ଓ ଗୋଡର ପୂରା ବ୍ୟାୟାମ ହୋଇଥାଏ । ଦୌଡିବା ତୁଳନାରେ ସାଇକେଲ ଚଲାଇବାରେ ଆଣ୍ଠୁ ଉପରେ କମ ଚାପ ପଡିଥାଏ ଏବଂ ଗୋଡର ମଂସପେଶୀର ବ୍ୟାୟାମ ହୋଇଥାଏ ।