ଏସଟିଏଫ ହାତରେ ବାଘ ଛାଲ ବେପାରୀ : ଗୋଟିଏ କଳରାପତରିଆ ବାଘ ଛାଲ ସହ ଜଣଙ୍କୁ ଗିରଫ କଲେ ଜଙ୍ଗଲ ବିଭାଗ ଅଧିକାରୀ

41

କନକ ବ୍ୟୁରୋ : ଏସଟିଏଫ ହାତରେ ବାଘ ଛାଲ ବେପାରୀ  । ରାୟଗଡ଼ା ରାମନଗୁଡ଼ାରୁ ବାଘ ଛାଲ ଜବତ କରିଛି ଏସଟିଏଫ ।  ଘଟଣାରେ ଅଭିଯୁକ୍ତ ଜୟନ୍ତ ବିବର କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରର ହୋଇଥିବା ସୂଚନା ରହିଛି । ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇ ଗୁଣୁପୁର ଜଙ୍ଗଲ ବିଭାଗ ଅଧିକାରୀ ଓ ଏସଟିଏଫ ଏକକାଳିନ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଏକ ଚିତାବାଘର ଚମଡ଼ା ସହ ଶିକାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ଏସଟିଏଫ ।

ଅଭିଯୁକ୍ତକୁ ଅଟକ ରଖି ଗୁଣୁପୁର ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ । ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଏସଟିଏଫ ଦ୍ୱାରା ୨୯ଟି ଚିତାବାଘ ଚମଡ଼ା, ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଚମଡ଼ା, ୧୪ ଜୀବନ୍ତ ବ୍ରଜକାପ୍ତା, ପ୍ରାୟ ୩୦ କେଜି ବ୍ରଜକାପ୍ତା କାତି, ୨ଟି ଚିତାବାଘ ଦାନ୍ତ , ୨୯ଟି ଚିତାବାଘ ପଞ୍ଝା, ୪୬ଟି ଶୁଆ ଜବତ କରାଯାଇଛି । ଏସବୁ ମାମଲାରେ ୭୦ ଜଣଙ୍କୁ ଗିରଫ କରାଯାଇଛି ।