ଟିକା ଅଭାବରୁ ୧୧ ଜିଲ୍ଲାରେ ଟିକାକରଣ ବନ୍ଦ : ରାଜ୍ୟର କେବଳ ୧୨୩ କେନ୍ଦ୍ରରେ ଚାଲିଛି ଟିକା ଦାନ; ଆଜି ଆସିବ ୧ଲକ୍ଷ କୋଭିସିଲ୍ଡ ଟିକା

୫୯ ଲକ୍ଷ ୪ ହଜାରରୁ ଅଧିକ ଲୋକ ନେଇ ସାରିଲେଣି କରୋନା ଟିକା

207

କନକ ବ୍ୟୁରୋ : ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଏପଟେ ଆଜି ୧ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି ସୂଚନା ମିଳିଛି । ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ହେଉନାହିଁ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେବଳ ୧୨୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ କୋଭିସଲ୍ଡ ଟିକାର ଉକ୍ରଟ ଅଭାବ ଦେଖା ଦେଇଛି । ରାଜ୍ୟରେ ଆଜି ସୁଦ୍ଧା ୧୯ ହଜାର ୯୦୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ କୋଭାକ୍ସିନ ରହିଛି ୩ଲକ୍ଷ ୧୫ ହଜାର ୫୩୦ ଡୋଜ । ରାଜ୍ୟରେ ଏପର୍ଯ୍ୟନ୍ତ ୫୯ ଲକ୍ଷ ୪ ହଜାର ୩୧୪ ଜଣ ଟିକା ନେଇ ସାରିଲେଣି ।