୨୪ ଘଂଟାରେ ରାଜ୍ୟରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୨୭୧ ପଜିଟିଭ; ସୁନ୍ଦରଗଡ ୬୩୬ ଓ କଟକରୁ ୪୪୭ ନୂଆ ମାମଲା

299

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । କିଛି ଦିନ ହେଲା ଦୈନିକ ଆକ୍ରାନ୍ତ ୮ ହଜାର ଉପରେ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୮୨୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସଙ୍ଗରୋଧରୁ ୪୬୮୬ ଓ ସ୍ଥାନୀୟ ସଂକ୍ରମିତ ୩୫୩୨ ଥିବା ଜଣାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଓ ସୁନ୍ଦରଗଡ଼ରୁ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୁଳରୁ ୩୯୪, ବଲାଙ୍ଗୀରରୁ ୩୦୫, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬,  ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ଓ ରାୟଗଡ଼ାରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲାରୁ ୧୯୦ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ ଓ ଦେବଗଡ଼ରୁ ୯୮ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭ ଓ ମାଲକାନଗିରି ଜିଲ୍ଲାରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଆଜିକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪, ୭୯୭୫୨ ଥିବା ବେଳେ ଏଥିମଧ୍ୟରୁ ୪,୦୪୪୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୭୩୫୪୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସେହିପରି ଦିନକରେ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।