କୌଣସି ଦୋକାନୀ କିମ୍ବା ସପିଂ ମଲ୍ କ୍ୟାରି ବ୍ୟାଗ୍ ପାଇଁ ଅତିରିକ୍ତ ଟଙ୍କା ମାଗୁଛନ୍ତି କି ? ତେବେ ଏଠାରେ କରନ୍ତୁ ମାତ୍ର ଗୋଟିଏ ଅଭିଯୋଗ,ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ

686

ସୂଚନା ମୁତାବକ, ଚଣ୍ଡିଗଡସ୍ଥିତ ‘ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମ’ ପକ୍ଷରୁ ଗ୍ରାହକଙ୍କଠାରୁ ବ୍ୟାଗ ପାଇଁ ୫ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଦୋକାନୀ ବିରୋଧରେ ୧୩ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି । ଗ୍ରାହକ ଜଣକ ଏକ ଦୋକାନରୁ କିଛି ଜିନିଷ କିଣିଥିଲେ । ଏହି ସମୟରେ ବ୍ୟାଗ ପାଇଁ ଦୋକାନୀ ଗ୍ରାହକଙ୍କୁ ଅତିରିକ୍ତ ୫ ଟଙ୍କା ଦେବାକୁ କହିଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଦୋକାନୀଙ୍କ କହିବ କଥା ହେଲା କି, ବର୍ତ୍ତମାନ ଯେହେତୁ ପ୍ଲାଷ୍ଟିକ୍ ଜରିର ବ୍ୟବହାରକୁ ବନ୍ଦ କରିଦିଆଯାଇଛି , ତେଣୁ କାଗଜ ବ୍ୟାଗ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ପରିଶୋଧ କରିବାକୁ ପଡିବ । କିନ୍ତୁ ଦୋକାନୀଙ୍କ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ଗ୍ରାହକ ।

ଖାଲି ଏତିକି ନୁହେଁ ଗ୍ରାହକ ଜଣକ ଏସଂପର୍କରେ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଫୋରମର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଆଉ ଫୋରମ୍ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ଏବଂ ଉଭୟ ପକ୍ଷର କଥାକୁ ନଜରରେ ରଖି ଏଭଳି ନିଷ୍ପତି ଶୁଣାଇଛନ୍ତି । ଦୋକାନୀଙ୍କୁ ଗ୍ରାହକ ଜଣକୁ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଏବଂ ଉଭୟ ଅଭିଯୋଗକାରୀଙ୍କୁ ଉତ୍ପୀଡନ ଏବଂ ମାନସିକ ନିର୍ଯାତନା ପାଇଁ ୧,୫୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।