କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ରେସରେ ଖଡଗେ ବନାମ ଥରୁର। ତୃତୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ।

97

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ହେବ । ତୃତୀୟ ପ୍ରତ୍ୟାଶୀ ଝାଡଖଣ୍ଡର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ କେଏନ ତ୍ରିପାଠୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି । ତେବେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ଅକ୍ଟୋବର ୮ ରହିଛି । ତେବେ ଏହି ଦିନ ସ୍ପଷ୍ଟ ହୋଇଯିବ ଯେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ନା ନାହିଁ । ଯଦି କେହି ନିଜର ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ ନିର୍ବାଚନ ହେବ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଧନ ମିସ୍ତ୍ରୀ ପ୍ରେସମିଟ କରି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲେ । ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୨୦ଟି ଫର୍ମ ମଧ୍ୟରୁ ୪ ଟି ଫର୍ମରେ ଦସ୍ତଖତରେ ଭିନ୍ନତା ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହାକୁ ଖାରଜ କରାଯାଇଥିଲା । ବର୍ତ୍ତମାନ ରେସରେ ଅଛନ୍ତି ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ।