ଆରପାରିକୁ ଚାଲିଗଲା ଭାଇ: ଭାଇକୁ ଝୁରି ଝୁରି ଆତ୍ମହତ୍ୟା କରିଦେଲା ଭଉଣୀ

2,343

କନକ ବ୍ୟୁରୋ: ଭାଇର ମୃତ୍ୟୁ ସହିପାରିଲାନି ଭଉଣୀ । ଭାଇକୁ ଝୁରି ଝୁରି ଆତ୍ମହତ୍ୟା କଲା ଭଉଣୀ । ଏଭଳି ଦୁଃଖଦ ଖବର ଆସିଛି କୋରାପୁଟ ଜୟପୁରରୁ ।

ପ୍ରଥମେ ଭାଇ ଆତ୍ମହତ୍ୟା କରିବା ପରେ ଭାଇକୁ ଝୁରି ଝୁରି ଦୁଃଖରେ ଆତ୍ମହତ୍ୟା କରିଛି ଭଉଣୀ । ଅସାମାଜିକ ଯୁବକଙ୍କ ପ୍ରତାରଣା ସହି ନ ପାରି ଶିବାଶିଷ ଆତ୍ମହତ୍ୟା କଲା ବୋଲି ପରିବାର ଜୟପୁର ଥାନାରେ ଅଭିଯୋଗ କଲେ । ଭାଇର ଅକାଳ ବିୟୋଗ ଖବର ଶୁଣି ଭୁବନେଶ୍ୱରରେ ରହି ଚାକିରି ଭଉଣୀ ରଶ୍ମିତା ଜୟପୁର ସ୍ଥିତ ନିଜ ଘରକୁ ଯାଇଥିଲେ । ଆଉ ସେଠାରେ ଭାଇକୁ ଝୁରି ଝୁରି ଭଉଣୀ ମଧ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ତଦନ୍ତ କରୁଛି ଜୟପୁର ପୋଲିସ ।