କଂଗ୍ରେସର ‘ମାଡ଼ପିଟ୍’ ବୟାନ୍ ! ପ୍ରସାଦଙ୍କ ଦେହରେ ହାତ ଦେଲେ ଉଠାଇ ଆଣିବାକୁ ସୁରଙ୍କ ଧମକ

34

କନକ ବ୍ୟୁରୋ : କଂଗ୍ରେସ୍ କନ୍ଦଳ ଏବେ ଚରମ ସୀମାରେ ପହଁଚିଛି । ରାଜନୈତିକ ବୟାନବାଜି ଓ ବ୍ୟକ୍ତିଗତ ସ୍ତରରେ ସମାଲୋଚନା ପରେ ଏବେ କଥା ହାତାହାତି ପରିସ୍ଥିତି ପର୍ଯ୍ୟନ୍ତ ଚାଲିଗଲାଣି । ଆଉ ଏକ ପାଖିଆ ହୋଇଯାଇଥିବା ପିସିସି ସଭାପତି ଏବେ କିଛି ତୁଙ୍ଗ ନେତାଙ୍କ ତୁଣ୍ଡ ବାନ୍ଧିବା ପାଇଁ ଚେଷ୍ଟା କରିଛନ୍ତି ।

ହେଲେ ନଛୋଡ ବନ୍ଧା କଂଗ୍ରେସ୍ ନେତା ତଥା ପ୍ରସାଦଙ୍କ ଶ୍ୱଶୂର ସୁର ରାଉତରାୟ କଂଗ୍ରେସ୍ ଭବନରୁ ଆକ୍ରମଣର ଧମକ ଦେଇଛନ୍ତି । କହିଛନ୍ତି ପ୍ରସାଦ ହରିଚନ୍ଦନଙ୍କ ଉପରେ ହାତ ଦେଲେ ମହଙ୍ଗାପଡିବ ପ୍ରତି ଜବାବ । କିନ୍ତୁ କାହିଁକି ଏବେ କଂଗ୍ରେସ୍ ନେତା ହାତାହାତି ହେବାର କଥା କହୁଛନ୍ତି । କୁଆଡେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ହୋଇପାରେ ଆକ୍ରମଣ । ଆଉ ଏଭଳି ସ୍ଥତି ଆସିଲେ ଜ୍ୱାଇଁପୁଅଙ୍କ ପାଇଁ ଦଳକୁ ଭୂଲି ମାଡପିଟ୍ ଯାଏଁ ସ୍ଥିତି ନେବାକୁ ପ୍ରସ୍ତୁତ ସୁର ରାଉତରାୟ ।

କଂଗ୍ରେସରେ କଣ ଠେସା କି ପ୍ରସାଦ? ପୁରା କଂଗ୍ରେସ ବିଧାୟକ ଦଳ ଓ ବହୁ ବରିଷ୍ଠ ଓ ତୁଙ୍ଗନେତା ଏବେ ପିସିସି ବିରୋଧରେ । ଏଭଳି ସ୍ଥିତିରେ ପ୍ରସାଦଙ୍କ ସହ ତାଙ୍କ ଶ୍ୱଶୂର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଓ କିଛି ହାତଗଣତି କର୍ମକର୍ତ୍ତାଙ୍କୁ ଛାଡି ଦେଲେ କେହି ବି ନାହାଁନ୍ତି । କଂଗ୍ରେସ୍ କନ୍ଦଳ ପିଛି ନୂଆ କଥା ନୁହେଁ । କିନ୍ତୁ ପିସିସି ଶିବରରେ ନେତାଙ୍କ ପରସ୍ପର ବିରେଧରେ ନେତାଙ୍କ ମାଡ ତତ୍ୱ ପଦବୀର ଲାଳସା ଓ କ୍ଷମତା ଚାଲିଯିବାର ଭୟ ନୁହେଁ ତ?