ଚନ୍ଦ୍ରଯାନ-୨ ଅବତରଣ ନେଇ ବଢୁଛି ଆଶା ଆଶଙ୍କା । ଇସ୍ରୋ ମୁଖ୍ୟଙ୍କ ସୂଚନା, ଲ୍ୟାଣ୍ଡର ବିକ୍ରମ ସହ ବିଚ୍ଛିନ୍ନ ହୋଇଛି ସମ୍ପର୍କ, ପୁରା ତଥ୍ୟ ଆସିବାକୁ ଅପେକ୍ଷା ।

451

କନକ ବ୍ୟୁରୋ : ଚନ୍ଦ୍ରଯାନକୁ ନେଇ ବଢୁଛି ଆଶା ଆଶଙ୍କା । ନିର୍ଦ୍ଧାରିତ ସମୟରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣ କରିଛି କି ନାହିଁ, ସେନେଇ କିଛି ତଥ୍ୟ ବର୍ତମାନ ସମୟରେ ହସ୍ତଗତ ହୋଇପାରିନାହିଁ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ ଶିଭନ୍ । ସେ କହିଛନ୍ତି, ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି ।

ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ରହିଥିଲା । କିନ୍ତୁ ଏହା ପରେ ଆଉ କିଛି ତଥ୍ୟ ହସ୍ତଗତ ହୋଇପାରୁନାହିଁ । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ପୁରା ତଥ୍ୟ ଆସିବାକୁ ଅପେକ୍ଷା କରାଯାଇଛି ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ତେବେ ଲ୍ୟାଣ୍ଡର ବିକ୍ରମରୁ ତଥ୍ୟ ସଂଗ୍ରହ ପାଇଁ ପ୍ରୟାସ ଚାଲିଥିବା ଜଣାପଡିଛି ।