ଖାଲିବୋତଲ ଫେରାଇଲେ ମିଳିବ ୧୫ ଟଙ୍କା ! ପରିବେଶ ସୁରକ୍ଷାକୁ ନେଇ ସରକାରଙ୍କ ନୁଆ ଯୋଜନା ।

53

ପରିବେଶକୁ ପ୍ଲାଷ୍ଟିକ ଦାଉରୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି । ୟୁପି, ମହାରାଷ୍ଟ୍ର ଏବଂ ଓଡିଶା ଭଳି ରାଜ୍ୟ ମାନଙ୍କରେ ସରକାର ପ୍ଲାଷ୍ଟିକକୁ ବ୍ୟାନ କରିଛନ୍ତି । ଭାରତୀୟ ରେଳବାଇ ମଧ୍ୟ ପ୍ଲାଷ୍ଟିକୁ ପରିବେଶ ଠାରୁ ଦୁରରେ ରଖିବା ପାଇଁ ପ୍ରାୟ ୨ହଜାର ରେଳ ଷ୍ଟେସନରେ କ୍ରସର ମେସିନ ଲଗାଇଛି । ଏତେ ପ୍ରକାର ସୁବିଧା କରିବା ପରେ ମଧ୍ୟ ପ୍ଲାଷ୍ଟିକ ସଂଖ୍ୟା କମୁନାହିଁ ତେଣୁ ସରାକାର ପରିବେଶ ଠାରୁ ପ୍ଲାଷ୍ଟିକକୁ ଦୁରେଇ ରଖିବା ପାଇଁ ଆଉ ଏକ ସୁବିଧା ଉପଲବ୍ଧ କରାଇଛନ୍ତି । ସରାକରଙ୍କ ଏହି ସୁବିଧା ଅନୁଯୟୀ କୋଲଡ୍ରିଂକ୍ସ ଏବଂ ବିସଲେରୀ ପାଣି ବୋତଲକୁ ବ୍ୟବହାର କରିବା ପରେ ତାକୁ ଫୋପାଡି ନଦେଇ କମ୍ପାନୀକୁ ଫେରସ୍ତ କଲେ ଲୋକମାନଙ୍କୁ ବୋତଲର ମୂଲ୍ୟ ଦିଆଯିବ ।

ଖାଲିବୋତଲ ଫେରାଇଲେ ମିଳିବ ୧୫ ଟଙ୍କା

ସୂଚନା ମୁତାବକ, ସରକାର ବାୟୋବ୍ୟାକ ମୂଲ୍ୟ ନିର୍ଦ୍ଧାରିତ କରିବା ପାଇଁ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କେତେକ କମ୍ପାନୀ ବୋତଲର ମୂଲ୍ୟ ନିର୍ଦ୍ଧାରିତ କରିବା କଥା ଚିନ୍ତା କରୁଥିବା ବେଳେ ଅନ୍ୟ କେତେକ କମ୍ପାନୀ ବୋତଲର ମୂଲ୍ୟକୁ ୧୫ ଟଙ୍କା ନିର୍ଦ୍ଧାରିତ କରିଛନ୍ତି ।

ବିସଲେରୀର ଚେୟାରମ୍ୟାନ ରମେଶ ଚୌହାନ ଖବରକାଗଜ ମାଧ୍ୟମରେ କହିଛନ୍ତି, ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କରିବାର ବ୍ୟବସ୍ଥା ପୂର୍ବରୁ ଉପଲବ୍ଧ ରହିଛି । କିନ୍ତୁ ଏବେ ତାକୁ କିପରି ଲାଭଦାଇ କରିହେବ ତାହା କମ୍ପାନୀ ପାଇଁ ଜରୁରି ହୋଇପଡିଛି । ପେପ୍ସି ତରଫରୁ ଜାରି ହୋଇଥିବା ବୟାନ ଅନୁଯାୟୀ କମ୍ପାନୀ ପ୍ଲାଷ୍ଟିକକୁ ରିସାଇକ୍ଲିଙ୍ଗ କରିବା ପାଇଁ ରିଜର୍ବ ବେଣ୍ଡିଙ୍ଗ ମେସିନ ସେଟ କରିବା ସହ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ କଲେକ୍ସନ ସେଣ୍ଟର ବନାଇବାର ବ୍ୟବସ୍ଥା କରୁଛି । ସରକାରଙ୍କ ଏହି ଯୋଜନା ଯଦି ଠିକ ଭାବେ କାର୍ଯ୍ୟକାରୀ ହୁଏ ତେବେ ଆଶା କରାଯାଉଛି ପରିବେଶ ପ୍ଲାଷ୍ଟିକ ଦାଉରୁ ରକ୍ଷା ପାଇପାରିବ ।