ଚାକିରି ଛାଡିଲେ, କୃଷିକୁ ଆପଣାଇଲେ ! ୫୦ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଉଦାହରଣ ପାଲଟିଲେ ।

59

ଆଜିକାଲି ଯୁବପିଢି ମାନେ ପାଠ ପଢି ଚାକିରି କରିବା ପଇଁ ବିଦେଶାଭିମୁଖୀ ହେଉଛନ୍ତି । ବିଦେଶ ଜିବେ ଚାକିରି କରିବେ ତାଙ୍କ ମୁଳ ଲକ୍ଷ ରହୁଛି । ପାଠ ପଢିବା ପରେ କେହି ଚାଷବାଷ କରିବା ପାଇଁ ଚିନ୍ତା କରନ୍ତି ନାହିଁ । ସମସ୍ତଙ୍କୁ ଏକ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଇଛା । କିନ୍ତୁ ଛତିଶଗଡର ଏକ ଗ୍ରାମରେ ଜଣେ ଯୁବତୀ ବଲ୍ଲରୀ ଚନ୍ଦ୍ରାକର ଚାକିରି ବାକିରିକୁ ଛାଡି ଚାଷ କରି ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ବଲ୍ଲବୀ ବିଇ ଏବଂ ଏମଟେକ କରିବା ପରେ ରାୟପୁରର ଏକ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସରର ଚାକିରି ପାଇଥିଲେ । କିଛି ଦିନ ଚାକିରିରେ ରହିବା ପରେ ବଲ୍ଲବୀଙ୍କ ମନ ଚାକିରିରେ ଲାଗିନଥିଲା । ଚାକିରିରେ ମନ ନଲାଗିବାରୁ ବଲ୍ଲବୀ ଇସ୍ତଫା ଦେଇ ଗାଁକୁ ଫେରିଆସିଥିଲେ । ଏବେ ସେ ଗାଁରେ ଉନ୍ନତମାନର ଚାଷ କରି ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ।

ବଲ୍ଲବୀଙ୍କ ପିତା, ମୌସୁମୀ ବିଜ୍ଞାନ ବିଭାଗ ରାୟପୁରରେ ସବ ଇଞ୍ଜିନିୟର ଅଛନ୍ତି । ବଲ୍ଲବୀ ଯେତେବେଳେ ପାଠ ପଢୁଥିଲେ ସେତେବେଳେ ତାଙ୍କ ବାପାଙ୍କ ସହ ଗାଁକୁ ଆସନ୍ତି । ଗାଁକୁ ଆସିବା ବେଳେ ବଲ୍ଲବୀ ତାଙ୍କକ ଜେଜେବାପା ପଞ୍ଚରାମ ଚନ୍ଦ୍ରାକରଙ୍କ ଠାରୁ ଚାଷ ବିଷୟରେ ପଚରାଉଚରା କରି ଅନେକ ତଥ୍ୟ ଗ୍ରହଣ କରୁଥିଲେ । ବଲ୍ଲବୀଙ୍କ ମନରେ ପ୍ରଥମରୁ ହିଁ ଚାଷ କରିବାକୁ ଚାହୁଁଥିଲେ । ଚାଷ ପ୍ରତିଥିବା ଏହି ଇଚ୍ଛା ଶକ୍ତି କାରଣରୁ ବଲ୍ଲବୀଙ୍କୁ ଏକ ପ୍ରଫେସରର ଚାକିରି ମିଳିବା ପରେ ମଧ୍ୟ ସେ ଚାକିରି ଛାଡି ଗାଁକୁ ଫେରିଆସିଛନ୍ତି । ଏବଂ ଏବେ ସେ ଗାଁରେ ଚାଷବାଷ କରି ଭଲ ଫସଲ ଆମଦାନୀ କରିବା ସହ ପ୍ରାୟ ୫୦ ଲୋକଙ୍କୁ ରୋଜଗାର କ୍ଷମ ମଧ୍ୟ କରାଇଛନ୍ତି ।