ଉତ୍ତର ପ୍ରଦେଶରେ ବଢୁଛି ସମାଜବାଦୀ ପାର୍ଟିର ଶକ୍ତି, ଶିବପାଲ, ରାଜଭରଙ୍କ ପରେ ମେଣ୍ଟରେ ସାମିଲ ହେଲେ ଚନ୍ଦ୍ରଶେଖର, ଜାଣନ୍ତୁ କାହାକୁ କେତେ ଆସନ

274

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ବିଜେପିକୁ ଟକ୍କର ଦେବାକୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପୁରା ଦମ୍ ଲଗାଇ ଦେଇଛନ୍ତି । ଏହି କ୍ରମରେ ଅଖିଳେଶ ବଡ ଦଳମାନଙ୍କୁ ଛାଡି ରାଜ୍ୟର ଛୋଟ ଛୋଟ ଦଳମାନଙ୍କ ସହ ମେଣ୍ଟ କରିବାରେ ଲାଗିଛନ୍ତି । ପ୍ରଥମେ ଓମପ୍ରକାଶ ରାଜଭର, ଶିବପାଲଙ୍କ ପରେ ଏବେ ଭୀମ ଆର୍ମିର ଚନ୍ଦ୍ର ଶେଖର ଆଜାଦ ନିଜର ସମର୍ଥନ ସମାଜବାଦୀ ପାର୍ଟିକୁ ଦେଇଛନ୍ତି ।

ଆଜି ଚନ୍ଦ୍ର ଶେଖର ଆଜାଦ ଅଖିଳେଶଙ୍କୁ ଭେଟି ଆସନ୍ତା ନିର୍ବାଚନରେ ଆସନ ବୁଝାମଣା ନେଇ ଆଲୋଚନା କରିପାରନ୍ତି । ଅନୁମାନ କରାଯାଉଛି କି, ଅଖିଳେଶ ଯାଦବ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜବାଦୀ ପାର୍ଟିକୁ ଗୋଟିଏ ଆସନ ଛାଡିପାରନ୍ତି । କହିରଖୁ କି ଚନ୍ଦ୍ରଶେଖର ଆଜାଦଙ୍କର ରାଜ୍ୟର ସାହାରନପୁର, ବିଜନୌର, ବୁଲନ୍ଦସହର ଓ ହାଥରସ ଜିଲ୍ଲାରେ ପ୍ରାବ ରହିଛି । ଅନ୍ୟପଟେ ରାଜ୍ୟର ଯୁବବର୍ଗଙ୍କ ଭିତରେ ଚନ୍ଦ୍ରଶେଖର ଆଜାଦ ବେସ୍ ପରିଚିତ ଥିବାରୁ ଏହା ସମାଜବାଦୀ ପାର୍ଟି ପାଇଁ ଲାଭ ହେବ ।

ସୂଚନା ଥାଉକି ଗତ ଶନିବାର ଦିନ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଜଣେ ପରେ ଜଣେ ବିଜେପି ବିଧାୟକ ଓ ମନ୍ତ୍ରୀ ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ବିଜେପିରୁ ୧୪ ଜଣ ବିଧାୟକ ଦଳ ଛାଡିଥିବା ବେଳେ ସେମାନେ ସମାଜବାଦୀ ପାର୍ଟିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।