ଆୟୁର୍ବେଦରେ କାଢାର ରହିଛି ବେଶ୍ ମହତ୍ୱ : ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା ?

406

କନକ ବ୍ୟୁରୋ : କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାରର ଆବଶ୍ୟକତା ରହିଛି । ଆୟୁର୍ବେଦରେ କାଢାର ବେଶ୍ ମହତ୍ୱ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏବେ କାଢା ପିଇବାକୁ କୁହାଯାଉଛି । କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନରୁ ରକ୍ଷା ପାଇବାକୁ ଲୋକେ ଏବେ କାଢା ପିଉଛନ୍ତି । ତେବେ ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା ?

– ପ୍ରଥମେ ପାଣି ଗରମ କରିବାକୁ ପଡ଼ିବ
– ପାଣି ଗରମ ହେବା ପରେ ଡାଳ ଚିନି, ଲବଙ୍ଗ ପକାନ୍ତୁ
– ଗୁଜୁରାତି, ଗୁଡ଼, ତେଜପତ୍ର ପକାଇବାକୁ ପଡ଼ିବ
– ଗୋଲମରିଚ ଗୁଣ୍ଡ, ଅଦା ଛେଚା, ହଳଦି ଗୁଣ୍ଡ ପକାନ୍ତୁ
– ଫୁଟିଗଲା ପରେ ତୁଳସୀ ପତ୍ର ପକାଇବେ
– ଗୁଡ଼ ନପକାଇଥିଲେ ମହୁ ପକାଇ ଗୋଳାଇ ପାରିବେ
– ଲେମ୍ବୁ ଚୁପୁଡ଼ି ପକାଇ ପାରିବା